୪୪ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ରର ଅନୁମୋଦନ, ଭୁବନେଶ୍ୱରରୁ ପାରାଦୀପକୁ ସଂଯୋଗ ହେବ ନୂତନ ଗ୍ରୀନ୍ ଫିଲଡ ରାସ୍ତା
ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।

ଏହି ମୋଟ ରାଶି ମଧ୍ୟରୁ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ପାଇଁ ୩୦ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି। ଅବଶିଷ୍ଟ ୧୩ ହଜାର କୋଟି ଟଙ୍କା ରାଜ୍ୟ ରାଜପଥ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ ବିନିଯୋଗ ହେବ।
ଏହି ପ୍ରକଳ୍ପ ଅଧୀନରେ ଭୁବନେଶ୍ୱରରୁ ପାରାଦୀପକୁ ସଂଯୋଗ କରିବା ପାଇଁ ଏକ ନୂତନ ଗ୍ରୀନ୍ ଫିଲଡ ରାସ୍ତା ନିର୍ମାଣକୁ ମଧ୍ୟ ଅନୁମୋଦନ ମିଳିଛି। ଏହି ବିଶାଳ ନିବେଶ ଓଡ଼ିଶାରେ ଯୋଗାଯୋଗ ବ୍ୟବସ୍ଥାକୁ ମଜବୁତ କରିବା ସହ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ।












Click it and Unblock the Notifications