Get Updates
Get notified of breaking news, exclusive insights, and must-see stories!

ବାତ୍ୟା ଦେଇ ଗଲା ଦୁଃଖ, କ୍ଷୟକ୍ଷତିର ଆକଳନ କରିବାକୁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌‌; ରାଜସ୍ବ ମନ୍ତ୍ରୀ

ବାତ୍ୟା ଦାନା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁଁ ବୁଢାବଳଙ୍ଗ ନଦୀରେ ପାଣି ବଢିଛି। ହେଲେ ବିପଦ ସଙ୍କେତ ଟପିନି। ବନ୍ୟା ସ୍ଥିତି ହୋଇନଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଯେ ସରକାର ପୁରା ସ୍ଥିତି ଉପରେ ନଜର ରଖିଛନ୍ତି, ବର୍ଷା କମିବା ଯାଏଁ ଲୋକାମାନେ ସାମାନ୍ୟ ହଇରାଣ ହେବେ। ସେପଟେ ବାତ୍ୟା ଦାନା ପାଇଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌‌। ଏନେଇ ସୂଚନା ଦେଇଛନ୍ତି ସୁରେଶ ପୂଜାରୀ। ଆଗାମୀ ୭ଦିନରେ କେନ୍ଦ୍ର ସରକାରଙ୍କୁ ବାତ୍ୟା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ପଠାଯିବ। କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କ ପାଖରେ ଅର୍ଥ ପହଞ୍ଚାଇବେ ବୋଲି ମନ୍ତ୍ରୀ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ପ୍ରାଥମିକ ଆକଳନରେ ରାଜ୍ୟରେ ୭୯,୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। କେନ୍ଦ୍ରାପଡା ଜିଲାରେ ୨୩ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଏଠାରେ ରାଜକନିକା, ଆଳି ଓ ମହାକାଳପଡା ବ୍ଲକରେ ସର୍ବାଧିକ କ୍ଷତି ହୋଇଛି। ସେହିପରି ଭଦ୍ରକ ଜିଲାରେ ୨୪,୧୧୫ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି। ଜିଲାର ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରିପୋଖରୀ ଓ ଧାମନଗରରେ ଅଧିକ କ୍ଷତି ଘଟିଛି। ବାଲେଶ୍ୱର ଜିଲାରେ ୩୧୪୦ ହେକ୍ଟର, ମୟୂରଭଞ୍ଜ ଜିଲାରେ ୨୩୮୧ ହେକ୍ଟର ଜମି ବର୍ଷା ଯୋଗୁଁ ନଷ୍ଟ ହୋଇଛି। ଯାଜପୁରରେ ୨୭୦୯ ହେକ୍ଟର, ଜଗତସିଂହପୁରରେ ୨୪୯୮ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+