ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ବରରେ କେନ୍ଦ୍ରୀୟ ଟିମ
ବାଲେଶ୍ୱରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍ । ବାତ୍ୟାଞ୍ଚଳ ବୁଲି ଦେଖିବା ପରେ କ୍ଷୟକ୍ଷତିର କରିବେ ଆକଳନ । ୭ ଜଣିଆ କେନ୍ଦ୍ରୀୟ ଟିମ୍ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ସଦର, ସୋର ଓ ବାହାନଗା ବ୍ଲକ୍ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ।
ବାଲେଶ୍ବର: ବାଲେଶ୍ୱରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍ । ବାତ୍ୟାଞ୍ଚଳ ବୁଲି ଦେଖିବା ପରେ କ୍ଷୟକ୍ଷତିର କରିବେ ଆକଳନ । ୭ ଜଣିଆ କେନ୍ଦ୍ରୀୟ ଟିମ୍ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ସଦର, ସୋର ଓ ବାହାନଗା ବ୍ଲକ୍ ବାତ୍ୟାଞ୍ଚଳ ପରିଦର୍ଶନ କରିବେ । ଶେଷରେ ପ୍ରଶାସନ ସହିତ ସମୀକ୍ଷା କରିବା ପରେ ମୟୂରଭଞ୍ଜ ଗସ୍ତରେ ଯିବ ଟିମ୍ ।

ବାତ୍ୟା 'ୟାସ୍' କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ରବିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଥିଲା କେନ୍ଦ୍ରୀୟ ଟିମ୍ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣଓ୍ବାଲଙ୍କ ନେତୃତ୍ବରେ ଏହି ଟିମ୍ ଆସିଛି। ଏହି ୭ ଜଣିଆ କେନ୍ଦ୍ରୀୟ ଟିମ୍ ଆଜିଠୁ ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବେ।

ଆଜି ୪ଟି ବାତ୍ୟା ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିବ ଏହି ଟିମ୍ । ୨ ଭାଗରେ ବିଭକ୍ତ ହୋଇ ଏହି ଟିମ୍ ୨ଟି ଲେଖାଁଏ ଜିଲ୍ଲା ଭିଜିଟ୍ କରିବ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଗସ୍ତରେ ଯିବ ଏହି ଟିମ୍। ଏହା ପରେ ରାଜ୍ୟ ସରକାରଙ୍କ ସହିତ ମଧ୍ୟ ଆଲୋଚନା କରିବେ । ୨ ଦିନର ଅନୁଧ୍ୟାନ ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହ ଏହି ଟିମ୍ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କ୍ଷୟକ୍ଷତିର ଆକଳନ କରିବା ପରେ ଟିମ୍ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ ।

ସୂଚନାଥାଉ କି, ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାତ୍ୟା ସ୍ଥିତି ସମୀକ୍ଷା କରିଥିଲେ। ୟାସ ବାତ୍ୟା କ୍ଷୟକ୍ଷତି ବାବଦକୁ ଓଡ଼ିଶାକୁ ୫ଶହ କୋଟିର କେନ୍ଦ୍ରୀୟ ସହାୟତା ଘୋଷଣା କରିଥିଲେ। ଏପଟେ ବାତ୍ୟା ମୁକାବିଲା ନେଇ ଦୀର୍ଘ ମିଆଦି ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ସହ୍ୟ କରିପାରୁଥିବା ବିଦ୍ୟୁତ ବ୍ୟବସ୍ଥା ଓ ସାମୁଦ୍ରିକ ଜୁଆରକୁ ରୋକିବା ଲାଗି ବନ୍ଧ ର୍ନିମାଣ ପାଇଁ ଦାବି ରଖିଛନ୍ତି ରାଜ୍ୟ ସରକାର।












Click it and Unblock the Notifications