ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରାପଡ଼ାରେ କେନ୍ଦ୍ରୀୟ ଟିମ

କେନ୍ଦ୍ରାପଡ଼ାରେ ୪ ଜଣିଆ କେନ୍ଦ୍ରୀୟ ଟିମ । ବାତ୍ୟା ‘ୟାସ’ର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରାପଡାରେ ପହଞ୍ଚିଛନ୍ତି ୪ ଜଣିଆ କେନ୍ଦ୍ରୀୟ ଟିମ ।

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ୪ ଜଣିଆ କେନ୍ଦ୍ରୀୟ ଟିମ । ବାତ୍ୟା 'ୟାସ'ର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରାପଡାରେ ପହଞ୍ଚିଛନ୍ତି ୪ ଜଣିଆ କେନ୍ଦ୍ରୀୟ ଟିମ । ଏହି ଟିମ ପ୍ରଥମେ ରାଜକନିକାର ଭରିଗଦା ପଞ୍ଚାୟତ ଗସ୍ତ କରି ପନି ପରିବା ଚାଷ ନଷ୍ଟ ହୋଇଥିବା ଅଞ୍ଚଳ ବୁଲି ଦେଖିଛନ୍ତି । ଏହାସହ ଚାଷୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ।

Central Team

ପରେ ଏହି ଟିମ ରାଜନଗର ବ୍ଲକ ଗସ୍ତ କରି ଖୋଳା ନଳିତା ପାଟିଆ ରାସ୍ତା, ବରାଡ଼ିଆରେ କ୍ଷତି ଗ୍ରସ୍ତ ହୋଇଥିବା ବିଦ୍ୟୁତ ବିଭାଗର ଷ୍ଟ୍ରକଚର, ତାଳଚୁଆ ଲୁଣା ଘେରିବନ୍ଧ ଆଦି ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବେ । ସେହିପରି ଭିତର କନିକାରେ ଥିବା ଅରଣ୍ୟ ନିବାସରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବ କେନ୍ଦ୍ରୀୟ ଟିମ୍ ।

ସେହିପରି ଅନ୍ୟ ଏକ ଟିମ୍ ମୟୂରଭଞ୍ଜ ଜିଲ୍ଲାରେ ଗସ୍ତ କରିଛି । ଏହି ଟିମ୍ ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକର କୁଆମରା, ଖୁଣ୍ଟା ବ୍ଲକର ବିଶିପୁର ଓ ଉଦଳା ବ୍ଲକର ଦୂତିକାଦେଇପୁର ଯାଇ କ୍ଷୟକ୍ଷତି ଆକଳନ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+