Get Updates
Get notified of breaking news, exclusive insights, and must-see stories!

ମାତୃଶକ୍ତି ହାତରେ ଦାୟିତ୍ୱ ରହିଲେ, ଉତ୍ତରଦାୟିତ୍ୱ ବଢିଯାଏ- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ମାତୃଶକ୍ତି ହାତରେ ଦାୟିତ୍ୱ ରହିଲେ, ଏହାର ଉତ୍ତରଦାୟିତ୍ୱ ବଢିଯାଏ ବୋଲି ବିଶ୍ୱର ସବୁ ବିଶେଷଜ୍ଞମାନେ ସାବ୍ୟସ୍ତ କରିଛନ୍ତି । ଉଭୟ ରାଜ୍ୟସଭା ଓ ଲୋକସଭାରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ତଥା 'ନାରୀ ଶକ୍ତି ବନ୍ଦନ ଅଧିନିୟମ' ସର୍ବସମ୍ମତି କ୍ରମେ ଗୃହୀତ ହେବା ଫଳରେ ଦେଶର ମାଆ ତଥା ମହିଳା ମାନଙ୍କର ଜନପ୍ରିତିନିଧିତ୍ୱ ବଢିବ ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନୂଆ ସଂସଦ ଭବନରେ 'ନାରୀ ଶକ୍ତି ବନ୍ଦନ ଅଧିନିୟମ'କୁ ଗୃହରେ ଆଗତ କରାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଲକୁ ସମର୍ଥନ ଦେଇଥିବା ସମସ୍ତ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସଭ୍ୟତାରେ ମହିଳା ମାନଙ୍କୁ ସଂରକ୍ଷଣ, ଅଗ୍ରାଧିକାର ଓ ସଶକ୍ତିକରଣ କରିବାର ପରମ୍ପରା ଅନେକ ଆଗରୁ ଅଛି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜନପ୍ରତିନିଧିକୁ ସୁରକ୍ଷିତ କରାଇବା ଓ ମହିଳାଙ୍କୁ ଗୋଟିଏ ରାଜନୈତିକ ଅଧିକାର ଏବଂ ଦାୟିତ୍ୱ ପ୍ରଦାନ କରିବା ଅନେକ ଦିନରୁ ସମାଜ ସାମ୍ନାରେ ଥିଲା ।

dharmendra_pradhan

ବିଗତ ୩ ଦଶନ୍ଧି ଧରି ଭାରତୀୟ ସଂସଦ ଏହା ଉପରେ ଚର୍ଚ୍ଚା ଆଲୋଚନା କରୁଥିଲା । ଗଣେଶ ପୂଜାର ଶୁଭ ଅବସରରେ ନୂଆ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପ୍ରଥମ ବିଲ୍ ନାରୀ ଶକ୍ତି ବନ୍ଦନର ୧୨୮ ତମ ସମ୍ବିଧାନ ସଂଶୋଧନ ବିଲ୍ ଗତକାଲି ରାଜ୍ୟସଭାରେ ପାସ ହୋଇଛି । ପୂର୍ବରୁ ଲୋକସଭାରେ ପାରିତ ହୋଇଛି । ଏହା ଦ୍ୱାରା ଦେଶରେ ମହିଳା ନେତୃତ୍ୱ ବିକାଶର ନୂଆ ପରମ୍ପରା ଆରମ୍ଭ ହୋଇଛି । ଭାରତରେ ମହିଳା ମାନଙ୍କୁ ଲୋକସଭା ଓ ରାଜ୍ୟ ବିଧାନସଭାରେ ପ୍ରତିନିଧିତ୍ୱରେ ୩୩ ପ୍ରତିଶତ ସଂରକ୍ଷଣ ମିଳିବାର ସୁନିଶ୍ଚିତ କରାଯାଇଛି । ଏହି ନିଷ୍ପତି ଉପରେ ଭାରତର ସବୁ ରାଜନୈତିକ ଦଳମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅଣାଯାଇଥିବା ପ୍ରସ୍ତାବରେ ସ୍ୱୀକୃତି ଦେବା ଖୁସିର ବିଷୟ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହା ସମାଜର ଆକାଂକ୍ଷା ଓ ୫୦ ଭାଗ ଜନସଂଖ୍ୟାର ଆକାଂକ୍ଷା ଏବଂ ଅପେକ୍ଷାକୁ ଭାରତ ଭଳି ଦେଶରେ ପୂରଣ କରିବା । ବିଶ୍ୱର ଅନ୍ୟ ଅଞ୍ଚଳ ତୁଳନାରେ ଆମ ଦେଶ ଭାରତରେ ମହିଳା ମାନଙ୍କୁ ଦେଖିବାର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଅଲଗା । ମହିଳା ହେଉଛନ୍ତି ସମାଜର ଅବିଚ୍ଛେଦ୍ୟ ଅଙ୍ଗ । ମାଆର ଅର୍ଥ ଅତ୍ୟନ୍ତ ବ୍ୟାପକ । ସେହି ମା'କୁ ତା'ର ସମ୍ମାନ ଦେବା ପାଇଁ ମୋଦିଜୀ ଏଭଳି ଐତିହାସିକ ନିର୍ଣ୍ଣୟ ନେଇଛନ୍ତି । ଦେଶରେ ମହିଳା ମାନଙ୍କୁ ସଶକ୍ତିକରଣକୁ ବନାଯାଇଛି ଓ ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରଣୟନ କରାଯାଇଛି । କେବଳ କଲ୍ୟାଣକାରୀ ଯୋଜନା ନୁହେଁ, ମାତୃକାଳୀନ ଅବସର ସୀମାକୁ ବଢାଯାଇଛି । ପାରାମିଲିଟାରୀ ଫୋର୍ସରେ ୩୩ ପ୍ରତିଶତ ମହିଳାଙ୍କୁ ଚାକିରିରେ ସୁଯୋଗ ଦିଆଯାଉଛି । ଏହାବ୍ୟତିତ ସେନାରେ ମହିଳାମାନେ ନେତୃତ୍ୱ ନେଲେଣି ।

ଚନ୍ଦ୍ରାୟାନ-୩ ଅଭିଯାନର ସଫଳତା ପଛରେ ମହିଳା ମାନଙ୍କର ବହୁତ ବଡ ଭୂମିକା ଅଛି । ଏହା ଭାରତୀୟ ପରମ୍ପରା । ଏହାକୁ ସ୍ୱୀକୃତି ଦେବାର ସାହାସିକ ନିର୍ଣ୍ଣୟ ଦେବାର ଆବଶ୍ୟକ ଥିଲା, ଯାହାକୁ ମୋଦିଜୀ କରି ଦେଖାଇଲେ । ଏହି ବିଧେୟକକୁ କ୍ରିୟାନ୍ୱୟନ କରିବା ପାଇଁ ଦେଶ ଏକମତ ଅଛି । ଆମ ଦେଶର ଗଣତନ୍ତ୍ର ପାଇଁ ଓ ବିଗତ ୭୫ ବର୍ଷର ପ୍ରଜାତନ୍ତ୍ରିକ ଦେଶ ପାଇଁ ବଡ ଉପଲବ୍ଧି । ଦେଶ ଯେତେବେଳେ ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଦେଶର ମାତୃଶକ୍ତିଙ୍କ ପାଇଁ ଏହାଠୁ ବଡ ଉପହାର କିଛି ହୋଇନପାରେ । ଏହା ଭାରତର ମାଆ ମାନଙ୍କର ବିଲ୍ ।

ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବ । ଏହାର ଶ୍ରେୟ ମାଆ ମାନଙ୍କର । ମାଆ କୌଣସି ଜିନିଷ କଲାବେଳେ ତାକୁ ବାଲାନ୍ସ କରି ଚଳାଇଥାଏ । ଭାରତରେ ମହିଳା ନେତୃତ୍ୱ ଅନାଦି ଅନନ୍ତ କାଳରୁ ରହିଆସିଛି । ଆଜି ଦେଶର ଅର୍ଥମନ୍ତ୍ରୀ ମହିଳା । ଦେଶରେ ମହିଳା ନେତୃତ୍ୱ ରାଜନୈତିକ ଓ ସାମାଜିକ ସ୍ତରରେ ବହୁତ ପ୍ରଭାବଶାଳୀ ସ୍ତରରେ ଅଛି । ଆଜି ଏହାକୁ ଉତ୍ସବ ଭାବରେ ପାଳନ କରିବାର ଅବସର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ମୋଦି ସରକାରରେ ବିଗତ ସାଢେ ୯ ବର୍ଷ ଧରି ବିଭିନ୍ନ ମହିଳା କଲ୍ୟାଣକାରୀ ଯୋଜନା ଆପଣାଇଛି । ଜନଧନ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଶୌଚାଳୟ ନିର୍ମାଣ, ପିଏମ ଆବାସରେ ମହିଳାଙ୍କ ଘର, ଉଜ୍ଜ୍ୱଳା ଯୋଜନାରେ ପ୍ରାୟ ୧୦ କୋଟି ମହିଳାଙ୍କୁ ଗ୍ୟାସ, ବେଟି ବଚାଓ ବେଟି ପଢାଓ, ମୁଦ୍ରା ଲୋନ, ଏସଏଚଜି ସମୂହଙ୍କୁ ବ୍ୟାଙ୍କ୍ ମାଧ୍ୟମରେ କମ ସୁଧରେ ଋଣ ଉପଲବ୍ଧ କରାଯିବା, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ପ୍ରତି ମାସକୁ ମୁଣ୍ଡ ପିଛା ଚାଉଳ ଉପଲବ୍ଧ କରାଇବା, ସବୁ ଘରକୁ ସୌଭାଗ୍ୟ ଯୋଜନାରେ ବିଜୁଳି ପହଞ୍ଚାଇବା ଏବଂ ସବୁ ଘରେ ପାଇପ ଯୋଗେ ଜଳ ପହଞ୍ଚାଇବା ଭଳି ବ୍ୟବସ୍ଥା ହୋଇଛି ।

ଏହି ସବୁ ଯୋଜନାର କେନ୍ଦ୍ରବିନ୍ଦୁରେ ମହିଳା ସଶକ୍ତିକରଣ ଓ ସାମାଜିକ ନ୍ୟାୟ ଥିଲା । ମୋଦିଜୀ ପ୍ରଧାନମନ୍ତ୍ରୀର ଦାୟିତ୍ୱ ନେବା ପରେ କହିଥିଲେ କହିଥିଲେ ତାଙ୍କ ସରକାର ଗରିବ, ବଞ୍ଚିତ ଓ ମହିଳା ମାନଙ୍କ ପ୍ରତି ସମର୍ପିତ ରହିବ । ମୋଦିଜୀ ଯାହା କୁହନ୍ତି କରି ଦେଖାନ୍ତି । ବିଶ୍ୱରେ ଯେତେବେଳେ ବିଭିନ୍ନ ଅଞ୍ଚଳରେ ମହିଳାଙ୍କ ଅବସ୍ଥା ଦୋ' ଛକିରେ ଅଛି, ସେତେବେଳେ ଭାରତ ଏକବିଂଶ ଶତାବ୍ଦୀରେ ୫୦ ଭାଗ ଜନସଂଖ୍ୟା ଥିବା ମାତୃଶକ୍ତିଙ୍କୁ ତାଙ୍କର ନିଜ ଅଧିକାର ଦେବା ପାଇଁ ବଦ୍ଧ ପରିକର । ଗତକାଲି ସେ ଦାୟିତ୍ୱକୁ ଭାରତ ପୁରା କରିଛି । ଆମ ସମସ୍ତଙ୍କ ପାଇଁ ଏହା ଏକ ଗୌରବର ଅବସର । ଏହାକୁ ଦେଶ ଉତ୍ସାହର ସହ ପାଳନ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଧାନସଭା ଗୁଡିକରେ ୩୩ ପ୍ରତିଶତ ସଂରକ୍ଷଣ ଦେବାର ଅଧିକାର ଭାରତର ସଂସଦରେ ହିଁ ଅଛି । କେନ୍ଦ୍ରୀୟ ନିର୍ବାଚନ ଆୟୋଗର ନିୟମାବଳୀ ଭାରତୀୟ ସଂସଦରେ ପାସ ହୋଇଥିବା ଆଇନ ଅନୁସାରେ ହେବ । ସେହିଭଳି ଭାବରେ ଲୋକସଭା ଓ ବିଧାନସଭାର ନିର୍ଦ୍ଦିଷ୍ଟ ସଂଖ୍ୟା ଅନୁସାରେ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ମିଳିବ । ଡିଲିମିଟେସନରେ ସେହି ସଂଖ୍ୟା ବଢିଲେ, ବଢୁଥିବା ସଂଖ୍ୟାର ୩୩ ପ୍ରତିଶତ ସଂରକ୍ଷଣ ହେବ । ରାଜ୍ୟ ବିଧାନସଭାର ଏଥିରେ କୌଣସି ଭୂମିକା ନାହିଁ, କାରଣ ନିର୍ବାଚନ କେନ୍ଦ୍ର ସରକାରଙ୍କ ଅନ୍ତର୍ଗତ ବିଷୟ ବୋଲି ସେ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+