ରାଜ୍ୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ
Panchayati Raj Department Odisha: Central Minister Appreciates The Arrangements Done By State Panchayati Raj Division .ରାଜ୍ୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାର ପଞ୍ଚାୟତରାଜ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ । ପଞ୍ଚାୟତକୁ ଅଧିକ ପ୍ରଶାସନିକ କ୍ଷମତା ଦେବା କଥା ହେଉ ବା ଶାସନରେ ମହିଳାଙ୍କ ସମାନ ଭାଗିଦାରିତା କଥା ହେଉ ସବୁ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଏହି ପଦକ୍ଷପ ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ଏକ ଉଦାହରଣ ସୃଷ୍ଟି କରିପାରିଛି ।
୯୦ଦଶକରେ ପ୍ରଥମ ଥର ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ପ୍ରଦାନ କରାଯାଇଥିଲା । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ଥିବା ସଂରକ୍ଷଣକୁ ବଢାଇ ୫୦%କୁ ବୃଦ୍ଧି କରିଛନ୍ତି ।

ରାଜ୍ୟରେ ସରପଞ୍ଚ ,ସମିତିସଭ୍ୟ ,ୱାର୍ଡ ସଭ୍ୟ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ,ବ୍ଲକ ଅଧ୍ୟକମାନଙ୍କ ମଧ୍ୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି । ସେହିପରି ପଞ୍ଚାତିରାଜ ଅନୁଷ୍ଠାନର ଆର୍ଥିକ କ୍ଷମତାକୁ ସୁଦୃଢ କରିବା ପାଇଁ ସରକାର ରାଜ୍ୟ ଅର୍ଥ କମିଶନ ଗଠନ କିରଛନ୍ତି । ନିର୍ବାଚନ ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦକ୍ଷତାକୁ ବଢାଇବା ପାଇଁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ କେନ୍ଦ୍ରୀୟ ପ୍ରବର୍ତ୍ତି ଯୋଜନା ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନ ଓଡ଼ିଶାରେ ଉତ୍ତମଭାବେ କାର୍ଯ୍ୟକାରୀ ହେଉଛି ଓ ଏହା ସହ ରାଜ୍ୟରେ ୧,୬୭,୨୧୨ ଜଣ ନିର୍ବାଚିତ ପ୍ରତିନିଧଙ୍କୁ ତାଲିମ ଦିଆସରିଲାଣି । ଯାହା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଖର୍ଚ୍ଚାଦାବି ଆଲୋଚନା ପୂର୍ବରୁ ରାଜ୍ୟ
ସରକାରଙ୍କ ପଞ୍ଚାୟତିରାଜ ବ୍ୟବସ୍ଥାକୁ ପ୍ରଶଂସା କରିଛି କେନ୍ଦ୍ର । ୨୦୨୬ ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିଭୂମି ସୁଦୃଢ କରାଯିବ । ସେହିପରି ପଞ୍ଚାୟତସ୍ତରରେ ପ୍ରାୟ ୧୦,୦୦୦ ନିଯୁକ୍ତି ପ୍ରଦାନ କରାଯିବା ସହ ପ୍ରତି ପଞ୍ଚାୟତ ଅଫିସରେ ୪ ଜଣ ଅଧିକାରୀ କାମ କରିବେ ।












Click it and Unblock the Notifications