ଓଡ଼ିଶାକୁ ୪୫୫ କୋଟି ଟଙ୍କା ଅନୁଦାନ ଜାରି କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିଶନଙ୍କ ମଞ୍ଜୁର ୪୫୫ କୋଟି ଓଡ଼ିଶାକୁ ମିଳିଲା । ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତିକୁ ମିଶାଇ ଅର୍ଥ ପ୍ରଦାନ । ଅର୍ଥ କମିଶନଙ୍କ ମଞ୍ଜୁର ଅର୍ଥ ପ୍ରଦାନ କଲେ କେନ୍ଦ୍ର ସରକାର । ମଞ୍ଜୁର ଅର୍ଥ ୩୦ ଜିଲ୍ଲାର ୩୧୪ ବ୍ଲକ୍‌ର ୬୭୯୪ ପଞ୍ଚାୟତରେ ଖର୍ଚ୍ଚ ହେବ । କେନ୍ଦ୍ର ସରକାର ଓଡ଼ିଶା ଓ ରାଜସ୍ଥାନର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭି ଏଫସି) ଅନୁଦାନ ରାଶି ପ୍ରଦାନ କରିଛନ୍ତି ।

ଭାରତ ସରକାର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଜଳଶକ୍ତି ମନ୍ତ୍ରଣାଳୟ (ପାନୀୟ ଜଳ ଓ ପରିମଳ ବିଭାଗ) ମାଧ୍ୟମରେ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ରାଜ୍ୟମାନଙ୍କୁ ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭି ଏଫସି) ଅନୁଦାନ ପ୍ରଦାନ କରିବାକୁ ସୁପାରିସ କରିଛନ୍ତି ଯାହା ପରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥାଏ। ଆବଣ୍ଟିତ ଅନୁଦାନଗୁଡିକ ଏକ ଆର୍ଥିକ ବର୍ଷରେ ୨ଟି କିସ୍ତିରେ ସୁପାରିଶ ଏବଂ ପ୍ରଦାନ କରାଯାଏ।

narendra modi
ପଂଚାୟତିରାଜ ଅନୁଷ୍ଠାନ(ପିଆରଆଇ)/ଗ୍ରାମୀଣ ସ୍ଥାନୀୟ ସଂସ୍ଥା(ଆରଏଲବି)କୁ ପ୍ରଦାନ କରାଯାଉଥିବା ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ତୃଣମୂଳ ସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଆର୍ଥିକ ସହାୟତା ଗ୍ରାମୀଣ ସ୍ଥାନୀୟ ଶାସନରେ ଉନ୍ନତି ଆଣିବା, ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଏବଂ ଗ୍ରାମରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରୁଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+