Get Updates
Get notified of breaking news, exclusive insights, and must-see stories!

ସମ୍ବଲପୁରରେ କେନ୍ଦ୍ରୀୟ ବିଜେପି ଟିମ୍: ହିସାଂକାଣ୍ତ ଘଟିଥିବା ଅଞ୍ଚଳର କରିବେ ଅନୁଧ୍ୟାନ

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ହିଂସା ଘଟଣା । ସମ୍ବଲପୁରର ଝାରମୁଣ୍ତା ଯିବ ୩ ଜଣିଆ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଟିମ୍ । ଆଜି ହିସାଂକାଣ୍ତ ଘଟିଥିବା ଅଞ୍ଚଳ ବୁଲି ଦେଖିବା ସହ ମୃତକଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ହେଲେ ମୃତକ ମିର୍ଦ୍ଧାଙ୍କ ଝାରମୁଣ୍ତା ସ୍ଥିତ ଘରେ ପଡିଛି ତାଲା । ତେବେ ପୁରା ପରିବାର କୁଆଡେ ଯାଇଛନ୍ତି ସେ ନେଇ କାହାରି ପାଖରେ କୌଣସି ସୂଚନା ନାହିଁ ।

ସମ୍ଭଲପୁରରେ ହନୁମାନ ଜୟନ୍ତୀ ସମୟରେ ଘଟିଥିବା ହିଂସା କାଣ୍ତର ଅନୁଧ୍ୟାନ କରିବା ପାଇଁ ପହଁଞ୍ଚିଛି ବିଜେପିର କେନ୍ଦ୍ରୀୟ ଟିମ୍ । ଏପରି ହିଂସାକାଣ୍ତ କେଉଁ କାରଣ ପାଇଁ ଘଟିଥିଲା ତାହାର ରିପୋର୍ଟ କେନ୍ଦ୍ରୀୟ ନେତାଙ୍କୁ ଦେବ ଏହି ତିନି ଜଣିଆ ଟିମ୍ । ତେବେ ଏହି ଘଟଣା ପାଇଁ ବିରୋଧି ବାରମ୍ବାର ରାଜ୍ୟ ସରକାରଙ୍କୁ ଦୋଷ ଦେଇ ଆସୁଛି ।

sambalpur

ଏହି ହିଂସାକଣ୍ତ ସଂମ୍ପୁର୍ଣ୍ଣ ଯୋଜନାବଦ୍ଧ ଥିଲା ଏବଂ ସମ୍ବଲପୁର ହିଂସାକାଣ୍ତର ଏନଆଇଏ ତଦନ୍ତ କରିବା ପାଇଁ ରାଜ୍ୟ ବିଜେପି ନେତା ଦାବି କରିଆସୁଛନ୍ତି । ତେବେ ବିଜେପିର କେନ୍ଦ୍ରୀୟ ଟିମ୍ ରିପୋର୍ଟ ଦେବା ପରେ ଏନଆଇଏ ତଦନ୍ତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଅନ୍ୟପଟେ ବିଜେପିକୁ ଟାର୍ଗେଟ୍ କରି ବଜେଡିର ବରିଷ୍ଠ ନେତା କହିଛନ୍ତି, ସମ୍ବଲପୁର ହିଂସାକାଣ୍ତକୁ ସାଂପ୍ରଦାୟିକ ରଙ୍ଗ ଦେବା ପାଇଁ ଚେଷ୍ଟା କରୁଛି ବିଜେପି । କେନ୍ଦ୍ର ଟିମର ଗସ୍ତକୁ ନେଇ ବିଜେଡି କହିଛି, ବର୍ତ୍ତମାନ ସହରର ସ୍ଥିତିରେ ସୁଧାର ଆସୁଥିବା ବେଳେ ପୁଣି ଅଶାନ୍ତି ସୃଷ୍ଟି ନ ହେଉ । ସେପଟେ ମୃତକ ମିର୍ଦ୍ଧାଙ୍କ ଝାରମୁଣ୍ତା ସ୍ଥିତ ଘରେ ପଡିଛି ତାଲା । ତେବେ ପୁରା ପରିବାର କୁଆଡେ ଯାଇଛନ୍ତି ସେ ନେଇ କାହାରି ପାଖରେ କୌଣସି ସୂଚନା ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+