GST ପ୍ରାପ୍ୟ ବାବଦରେ କେନ୍ଦ୍ର ଉପରେ ବାକି ପଡିଛି ୩୨ ଶହ କୋଟି: ଅର୍ଥମନ୍ତ୍ରୀ
ଜିଏସ୍ଟି ଅର୍ଥ ବାବଦକୁ କେନ୍ଦ୍ର ଉପରେ ବାକି ପଡିଛି କୋଟି କୋଟି ଟଙ୍କା । ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୩୨ ଶହ କୋଟିରୁ ଅଧିକ ଟଙ୍କା କେନ୍ଦ୍ର ଉପରେ ବାକି ଅଛି ।
ଭୁବନେଶ୍ୱର: ଜିଏସ୍ଟି ଅର୍ଥ ବାବଦକୁ କେନ୍ଦ୍ର ଉପରେ ବାକି ପଡିଛି କୋଟି କୋଟି ଟଙ୍କା । ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୩୨ ଶହ କୋଟିରୁ ଅଧିକ ଟଙ୍କା କେନ୍ଦ୍ର ଉପରେ ବାକି ଅଛି ।

ଆଦାୟଠାରୁ କମ୍ ଅର୍ଥ ଦେଉଛନ୍ତି କେନ୍ଦ୍ର ସରକାର । ଜିଏସଟି ଆଦାୟ ୪୨ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦-୨୧ରେ ଜିଏସଟି ବାବଦ ଅର୍ଥ ଓଡ଼ିଶା ପାଇନି । ରାଜ୍ୟରେ ଯେତିକି ଜିଏସଟି ଅର୍ଥ ଆଦାୟ ହେଉଛି, ତାହାର ଯଥେଷ୍ଟ କମ ଟଙ୍କା ରାଜ୍ୟକୁ ପ୍ରଦାନ କରାଯାଉଛି । ୨୦୨୦-୨୧ ବର୍ଷରେ ମଧ୍ୟ ଓଡ଼ିଶାର ଜିଏସଟି ପ୍ରାପ୍ୟ କେନ୍ଦ୍ର ଉପରେ ବାକି ରହିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ସେହିପରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ୍ ଋଣ ପରିମାଣ ୧ ଲକ୍ଷ ୨୨ ହଜାର ୯୧୭ କୋଟି ଟଙ୍କା ହେବ । ୨୦୧୧ -୧୨ ରେ ମୁଣ୍ଡପିଛା ଋଣର ପରିମାଣ ୯୧୪୪ କୋଟି ଥିବା ବେଳେ ୨୦୨୧-୨୨ ରେ ୨୩ ହଜାର ୭୬୧ କୋଟି । ଏଜିଙ୍କ ତଥ୍ୟ ଅନୁଯାୟୀ ଜୁଲାଇ ଶେଷ ସୁଦ୍ଧା ଋଣ ଭାର ୧ ଲକ୍ଷ ୪ ହଜାର ୩୧୨ କୋଟି ହେବ।












Click it and Unblock the Notifications