Get Updates
Get notified of breaking news, exclusive insights, and must-see stories!

ମାନସିକ ଚିକିତ୍ସାଳୟ ପ୍ରତିଷ୍ଠା ପ୍ରସଙ୍ଗ: ୧୦ ବର୍ଷ ଆଶା ଦେଖାଇ ମନା କରିଦେଲା କେନ୍ଦ୍ର

ରାଜ୍ୟରେ ଜାତୀୟ ପ୍ରତିଷ୍ଠାନ ଢ଼ାଞ୍ଚାରେ ମାନସିକ ସ୍ୱାସ୍ଥ୍ୟ ଓ ସ୍ୱାୟୁତତ୍ତ୍ୱ ବିଜ୍ଞାନ ଉପରେ ଏକ ଉନ୍ନତ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ଓଡ଼ିଶା ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ୧୦ ବର୍ଷ ଝୁଲାଇ ରଖିଲେ।

ଭୁବନେଶ୍ୱର: ୧୦ ବର୍ଷ ଆଶାରେ ରହିଲେ ରାଜ୍ୟବାସୀ । ଶେଷରେ ମନା କରିଦେଲା କେନ୍ଦ୍ର । ରାଜ୍ୟରେ ଜାତୀୟ ପ୍ରତିଷ୍ଠାନ ଢ଼ାଞ୍ଚାରେ ମାନସିକ ସ୍ୱାସ୍ଥ୍ୟ ଓ ସ୍ୱାୟୁତତ୍ତ୍ୱ ବିଜ୍ଞାନ ଉପରେ ଏକ ଉନ୍ନତ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ଓଡ଼ିଶା ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ୧୦ ବର୍ଷ ଝୁଲାଇ ରଖିଲେ। ଦିଲ୍ଲୀରୁ ବରିଷ୍ଠ ଅଧିକାରୀ ଓଡ଼ିଶା ଆସି ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ଦେଲେ। ଏଥିପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କଲେ। କିନ୍ତୁ ଶେଷରେ କେନ୍ଦ୍ର ସରକାର ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ପଛକୁ ଘୁଞ୍ଚିଗଲେ ।

mental hospita

ଓଡ଼ିଶାରେ ସେପରି କିଛି ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ପ୍ରସ୍ତାବ ନାହିଁ କହି ମାମଲାରୁ ହାତ କାଢ଼ିନେଲେ। ଓଡ଼ିଶାରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼଼ି ବଢ଼଼ି ଚାଲିଥିବା ବେଳେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ମାନସିକ ଏବଂ ସ୍ନାୟୁବିକ ରୋଗର ଚିକିତ୍ସା ପାଇଁ ଉନ୍ନତ ଭିତ୍ତିଭୂମିର ଅଭାବ ହେତୁ କଟକ ଠାରେ ନିମାହନ୍ସର ଶାଖା କିମ୍ବା ସେହି ଢ଼ାଞ୍ଚାରେ ଏକ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ନିମେନ୍ତ ଅଗଷ୍ଟ ୨୦୧୨ରେ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ।

ଏହାର ବର୍ଷକ ପରେ ନିମାହନ୍ସର ତତ୍କାଳୀନ ନିର୍ଦ୍ଦେଶକ ଡା. ପି ସତୀଶଚନ୍ଦ୍ର କଟକ ଏସ୍‍ସିବି ମେଡିକାଲ କଲେଜ ପରିଦର୍ଶନରେ ଆସି ଆବଶ୍ୟକ ଭିତ୍ତିଭୂମି ଯାଞ୍ଚ କରିଥିଲେ। ପ୍ରସ୍ତାବିତ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ମଧ୍ୟ ଚିହ୍ନଟ କରିଥିଲେ।ଏସବୁ ଦେଖି କଟକରେ ମାନସିକ ଓ ସ୍ନାୟବିକ ରୋଗୀଙ୍କ ପାଇଁ କଟକ ଉପଯୁକ୍ତ ସ୍ଥାନ ବୋଲି କହିବା ସହ ପରେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଅଗ୍ରଗତି ହୋଇନଥିଲା। ଫଳରେ ୨୦୧୪ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ନିମାହନ୍ସ ଢାଞ୍ଚାରେ ଏକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କଟକରେ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ।

ବର୍ଦ୍ଧିତ ମାନସିକ ରୋଗୀ ଦୃଷ୍ଟିରୁ ଜାତୀୟ ପ୍ରତିଷ୍ଠାନ ଢ଼ାଞ୍ଚାରେ ଉନ୍ନତ ଚିକିତ୍ସାଳୟ ପ୍ରତିଷ୍ଠା ଜରୁରୀ ବୋଲି ମତ ପ୍ରକାଶ ପାଇଛି। କେବଳ ରାଜ୍ୟ ସରକାର ନୁହେଁ, ଏ ଦିଗରେ ସାମାଜିକ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ଏଥିପାଇଁ କେନ୍ଦ୍ର ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିବା ଆବଶ୍ୟକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+