ଭାଙ୍ଗୁଛି ମାଓ ଗଡ ; ଅସ୍ତ୍ରବିରତି ଘୋଷଣା ସଂଗଠ, ଶାନ୍ତି ଆଲୋଚନା ପାଇଁ ଆହ୍ୱାନ

ଅସ୍ତ୍ରବିରତି ଘୋଷଣା କରିଛନ୍ତି ମାଓ ସଂଗଠନ । ସୁରକ୍ଷାକର୍ମୀଙ୍କ ମାରାଥନ ମାଓ ଦମନ ଅପରେସନ ପରେ ଶେଷରେ ନରମିଛି ମାଓ ସଂଗଠନ । ଅନ୍ୟ କୌଣସି ଉପାୟ ନପାଇ ଅସ୍ତ୍ରବିରତି ଘୋଷଣା କରିଥିବା ମାଓ ସଂଗଠନ ମୁଖପାତ୍ର ଅଭୟ ସୂଚନା ଦେଇଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ଅସ୍ତ୍ର ତ୍ୟାଗ କରିବା ପାଇଁ ୧ ମାସ ସମୟ ମାଗିଛି ନକ୍ସଲବାହିନୀ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ଏକ ଘୋଷଣାରେ ଅସ୍ତ୍ର ତ୍ୟାଗ ଓ ଆତ୍ମସମର୍ପଣ କରିବା ପ୍ରସ୍ତୁତ ବୋଲି କୁହାଯାଇଛି । ନକ୍ସଲମାନେ ଏହି ପ୍ରକ୍ରିୟାକୁ ଔପଚାରିକ ରୂପ ଦେବା ପାଇଁ ଏକ ମାସର ସମୟ ମାଗିଛନ୍ତି । ୨୦୨୬ ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣ ନକ୍ସଲ ଦମନ ପାଇଁ ଡେଡଲାଇନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମାଓବାଦୀଙ୍କ ଯୁଦ୍ଧ ବିରତି ଘୋଷଣା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ଏକ ବଡ ଉପଲବ୍ଧି ବୋଲି କୁହାଯିବ ।

maobadi

ସୁରକ୍ଷାକର୍ମୀଙ୍କୁ ମାସେ ଯାଏ ଅପରେସନ ବିରାମ ପାଇଁ ନିବେଦନ କରାଯାଇଛି । ଛତିଶଗଡ ସରକାରଙ୍କୁ ଆସିଥିବା ମାଓବାଦୀଙ୍କ ଶାନ୍ତି ଚିଠିରେ ପ୍ରଥମ ଥର ଏଭଳି ଭାବେ ଶାନ୍ତି ବାର୍ତ୍ତା ରଖିଛନ୍ତି ମାଓବାଦୀ । ଚିଠିରେ କିଛି ଇ-ମେଲ୍‍ ଆଇଡ଼ି ରହିଛି । ଗଲା କିଛି ମାସରେ ମାଓ ଦମନ ଅଭିଯାନରେ ଟପ୍‍ ମାଓ କମାଣ୍ଡର ମାନେ ନିହତ ହେବା ପରେ ମାଓ ସଂଗଠନ ଶେଷରେ ମୁଣ୍ଡ ନୁଆଁଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+