କଟକ ନକଲି ମେଡିସିନ୍ ମାମଲା: ଜବତ ଔଷଧ ନକଲି ବୋଲି ସ୍ପଷ୍ଟ

କଟକ ନକଲି ମେଡିସିନ୍ ମାମଲା: ଜବତ ଔଷଧ ନକଲି ବୋଲି ସ୍ପଷ୍ଟ

କଟକ ନକଲି ମେଡିସିନ୍ ମାମଲା: କଟକରୁ ଜବତ ହୋଇଥିବା ମେଡିସିନ୍ ନକଲି ଥିବା ସ୍ପଷ୍ଟ ହୋଇଛି । ଲାବୋରେଟୋରି ରିପୋର୍ଟ ଆସିବା ପରେ ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ନକଲି ବୋଲି ପ୍ରମାଣିତ ହୋଇଛି । ଔଷଧ ନକଲି ନେଇ ଆଜି ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ନକଲି ଔଷଧ ମାମଲାରେ ୨ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ଆଉ ୧୨ ଲକ୍ଷ ଟଙ୍କା ଜବତ କରାଯାଇଛି ।

fake drug

ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ତରେ ନିଆଯାଇ ପଚରଉଚରା କରାଯାଇଥିଲା । ଯାହାପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି ବୋଲି ସୂଚନା ଦେଇଛନ୍ତି କଟକ ଡିସିପି । ପୂର୍ବରୁ ମଧ୍ୟ ଏହି ଦୁଇ ଅଭିଯୁକ୍ତଙ୍କ ଏଜେନ୍ସି ନାମରେ ଥିବା ୨ଟି ବ୍ୟାଙ୍କ୍ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି

ସେହିପରି ଅନେକ ଦୋକାନୀ ନକଲି ଔଷଧ ଜାଣି ମଧ୍ୟ କାରବାର କରୁଥିଲେ । ତେବେ ଖୁବ ଶିଘ୍ର ଏହି ସମସ୍ତ ଦୋକାନର ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କ ଉପରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି । ତେବେ ଚଳିତମାସ ୧୦ ତାରିଖରେ ଏହି ଘଟଣା ସମ୍ପର୍କରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଥିଲେ କଟକ ଡ୍ରେଗ୍ସ ଇନ୍ସପେକ୍ଟର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+