ମାଟ୍ରିକ ପରୀକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା ଚୁଡାନ୍ତ; ଆଜି ଵିଭିନ୍ନ ପରୀକ୍ଷା କେନ୍ଦ୍ରରୁ ହେବ ଓ୍ବେଵକାଷ୍ଟିଂର ପରୀକ୍ଷଣ

ମାଟ୍ରିକ ପରୀକ୍ଷା ପାଇଁ ସିସି ଟିଭି ବ୍ୟବସ୍ଥା ଚୁଡାନ୍ତ ହୋଇଛି । କଟକ ବୋର୍ଡ ଅଫିସରେ ହେଲା ସିସିଟିଭିର ଅସ୍ଥାୟୀ କମାଣ୍ଡ ସେଣ୍ଟର । କପି ଓ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ଏହି ନିଷ୍ପତ୍ତି ହୋଇଛି । ପ୍ରତିଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବ ।

ସେହିପରି କପି ରୋକିବା ଲାଗି ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି । ଏଥର ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନସି ବା AI ମାଧ୍ୟମରେ ୱେବକାଷ୍ଟିଙ୍ଗ ବ୍ୟବସ୍ଥା କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ଆଜି ଵିଭିନ୍ନ ପରୀକ୍ଷା କେନ୍ଦ୍ରରୁ ହେବ ଓ୍ବେଵକାଷ୍ଟିଂର ପରୀକ୍ଷଣ ।

ପରୀକ୍ଷା ଫେବୃୟାରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ଅର୍ଥାତ୍ ୨୦ରେ ମାତୃଭାଷା, ଏହାପରେ ୨୩ରେ ଦ୍ଵିତୀୟ ଭାଷା ଇଂରାଜୀ, ୨୬ରେ ଗଣିତ ପରୀକ୍ଷା ହେବ । ୨୮ରେ ତୃତୀୟ ଭାଷା, ମାର୍ଚ୍ଚ ୨ରେ ବିଜ୍ଞାନ ଓ ମାର୍ଚ୍ଚ ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ ।

Matric Examinations;

ପରୀକ୍ଷା ସବୁଦିନ ସକାଳ ୯ ଟାରେ ଆରମ୍ଭ ହେବ । ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ । ଏଥର ରେଗୁଲାର ପରୀକ୍ଷାର୍ଥୀ ଭାବେ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ କରିଛନ୍ତି । ଏଥିପାଇଁ ୨୯୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।

ମାର୍ଚ୍ଚ ୧୫ ରୁ ମାଟ୍ରିକ ଖାତା ଦେଖା ଆରମ୍ଭ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେଣୁ ପରୀକ୍ଷାର୍ଥୀମାନେ ଏବେଠାରୁ ପାଠପଢାରେ ମନୋନିବେଶ କରନ୍ତୁ ବୋଲି ବୋର୍ଡ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।

ସେପଟେ ମାର୍ଚ୍ଚ ୬ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ହେବ । ଯେଉଁଥିରେ ଏକ ବିଶେଷ ପଦକ୍ଷେପ ନିଆଯାଇଛି । ପ୍ରଶ୍ନପତ୍ର ଭାଇରାଲ୍ ହେବା ଭଳି ଅଘଟଣକୁ ରୋକିବା ଲାଗି ଏଥର ଅନଲାଇନ ମାଧ୍ୟମରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନପତ୍ର ପଠେଇବ ବୋର୍ଡ । ପରୀକ୍ଷା ହେବାର ଦୁଇ ଘଣ୍ଟା ପୂର୍ବରୁ ବୋର୍ଡ ପ୍ରଶ୍ନ ପଠେଇବ । ବୋର୍ଡ ୱେବସାଇଟରୁ ସ୍କୁଲ କୋଡ୍ ଆଇଡି ଓ ପାସୱାର୍ଡ ବ୍ୟବହାର କରି ପ୍ରଶ୍ନପତ୍ର ଡାଉନଲୋଡ କରିବେ ସ୍କୁଲ କର୍ତ୍ତୃପକ୍ଷ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+