ରାଜ୍ୟର ୧୫ ଷ୍ଟେସନରେ ଆରମ୍ଭ ହେବ ସିସିଟିଭି ସର୍ଭିଲାନ୍ସ
ଦେଶର ସମୁଦାୟ ୭୫୬ ରେଳ ଷ୍ଟେସନକୁ ଭିଡିଓ ସର୍ଭିଲାନ୍ସ ପ୍ରକଳ୍ପରେ ସାମିଲ କରାଯାଇ ଥିବା ବେଳେ ଏଥିରେ ଓଡ଼ିଶାର ୧୫ଟି ପ୍ରମୁଖ ରେଳ ଷ୍ଟେସନ୍ ସ୍ଥାନ ପାଇଛି । ରେଳମନ୍ତ୍ରୀ ଅଣ୍ଢିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି ।
ଭୁବନେଶ୍ବର: ପୂର୍ବତଟ ରେଳପଥ ଅଧୀନରେ ଥିବା ସମସ୍ତ ରେଳ ଷ୍ଟେସନରେ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଦେଶର ସମୁଦାୟ ୭୫୬ ରେଳ ଷ୍ଟେସନକୁ ଭିଡିଓ ସର୍ଭିଲାନ୍ସ ପ୍ରକଳ୍ପରେ ସାମିଲ କରାଯାଇ ଥିବା ବେଳେ ଏଥିରେ ଓଡ଼ିଶାର ୧୫ଟି ପ୍ରମୁଖ ରେଳ ଷ୍ଟେସନ୍ ସ୍ଥାନ ପାଇଛି । ରେଳମନ୍ତ୍ରୀ ଅଣ୍ଢିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଅନୁଗୁଳ, ଭଦ୍ରକ, ବ୍ରହ୍ମପୁର, ଢ଼େଙ୍କାନାଳ ଯାଜପୁର କେନ୍ଦୁଝର ରୋଡ଼, ଖୋର୍ଦ୍ଧା ରୋଡ଼ ବଲାଙ୍ଗିର, ସମ୍ବଲପୁର, ଟିଟିଲାଗଡ଼ କୋରାପୁଟ, ରାୟଗଡ଼ା ପଲାସା, ଜଗଦଲପୁର, ଶ୍ରୀକାକୁଲମ୍ ରୋଡ଼ ଏବଂ ବିଜୟନଗରମ୍ ଷ୍ଟେସନ୍ରେ ଭିଡିଓ ସର୍ଭିଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ପୂର୍ବରୂ ଭୁବନେଶ୍ବର, କଟକ, ପୁରୀ, ଝାରସୁଗୁଡ଼ା ଓ ରାଉରକେଲା ରେଳ ଷ୍ଟେସନ୍ରେ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ତା କାର୍ଯ୍ୟକାରୀ ହୋଇଛି ।
ଭାରତ ସରକାରଙ୍କ ନିର୍ଭୟା ପାଣ୍ଠିରୁ ଏହି ପ୍ରକଳ୍ପ ପାଇଁ ବ୍ୟୟବରାଦ କରାଯାଇଛି। ପ୍ରକଳ୍ପରେ ଏ-୧, ଏ, ବି, ସି ବର୍ଗର ରେଳ ଷ୍ଟେସନକୁ
ସାମିଲ କରାଯାଇ ଥବା ବେଳେ ୨୦୨୩ ସୁଦ୍ଧା କାମ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି । ଦିତୀୟ ପର୍ଯ୍ୟାୟରେ ଅନ୍ୟ ରେଳ ଷ୍ଟେସନ୍ରେ ଏହି ବ୍ୟବସ୍ଥା କରାଯିବ। ଇଣ୍ଠରନେଟ୍ ପ୍ରୋଟୋକଲ (ଆଇପି) ଆଧାରିତ ଏହି ପ୍ରକଳ୍ପ ଜରିଆରେ ରେଳ ଷ୍ଟେସନର ପ୍ରତ୍ୟେକ ଗହଳି ସ୍ଥାନ ଉପରେ ଉଚ୍ଚକ୍ଷମତା ସମ୍ପନ୍ନ ସିସିଟିଭି ନଜର ରଖିବା ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ସମେତ ଓଟିଂ ହଲ୍, ପ୍ଲାଟଫର୍ମ, ଟିକଟ କାଉଣ୍ଟର, ଫୁଟ୍ ଓଭର
ବ୍ରିଜ୍ ପାର୍ସଲ କାର୍ଯ୍ୟାଳୟ ଆଦି ସ୍ଥାନରେ ସିସିଟିଭି ଲଗାଯିବ। ସିସିଟିଭି ପରିଚାଳନା ପାଇଁ ଆରପିଏଫ୍ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ରହିବ ଏବଂ କ୍ୟାମେରାରେ ଉତ୍ତୋଳିତ ଭିଡିଓ ବିଭାଗୀୟ ଏବଂ ଜୋନ୍ କାର୍ଯ୍ୟାଳୟରେ ଉପଲବ୍ଧ ହେବ ।
ଆର୍ଟିଫିସିଆଲ ଇଣ୍ଠେଲିଜେନ୍ସ କୌଶଳ ଯୁକ୍ତ ଏହି ପେସାଦାର ଅପରାଧୀଙ୍କୁ ପୋଲିସ ଚିହ୍ନଟ କରିପାରିବ । ଏଫ୍ଆରଏସ୍ (ମୁହଁ ଚିହ୍ନଟ ବ୍ୟବସ୍ଥା) ଜରିଆରେ ପୂର୍ବରୁ ସଂରକ୍ଷିତ ଥିବା ଅପରାଧୀଙ୍କ ଫଟୋ ସହିତ ଷ୍ଟେସନ୍ ପରିସରରେ ଥିବା ଅପରାଧୀଙ୍କ ମୁହଁଙ୍କୁ ସ୍ଵୟଞ୍ଚାଳିତ ବ୍ୟବସ୍ଥାରେ ମେଳ କରାଯାଇ ପାରିବ। ଡୋମ୍, ବୁଲେଟ୍, ପ୍ଯାନ୍ ଟିଲ୍ଲ ଜୁମ୍ ଏବଂ ଅଲ୍ଭା ଏଚ୍ଡି-୪କେ ଭଳି ଚାରି ପ୍ରକାର ସିସିଟିଭି ଲଗାଯିବ। ସିସିଟିଭି ଦ୍ବାରା ଉତ୍ତୋଳିତ ଭିଡ଼ିଓ ୩୦ ଦିନ ପର୍ଯ୍ୟନ୍ତ ସର୍ଭରରେ ସଂରକ୍ଷିତ ରହିବ । ସେହିପରି ଯାତ୍ରୀଙ୍କ ନିମନ୍ତେ ପ୍ରତ୍ୟେକ ପ୍ଲାଟଫର୍ମରେ ଦୁଇଟି ଲେଖାଏଁ ପ୍ୟାନିକ୍ ବଟନ୍ ରହିବ । ଅସୁବିଧାରେ ପଡ଼ିଥ୍ବା ବ୍ୟକ୍ତି ଏହି ବଟନ୍ଟିପିଲେ ସେଠାରେ ଲାଗିଥ୍ବା କ୍ୟାମେରା ସେହି ଆଡ଼କୁ ବୁଲିଯିବା ସହିତ ନିୟନ୍ତ୍ରଣ କକ୍ଷରେ ବସିଥ୍ବା କର୍ମଚାରୀଙ୍କୁ ସଜାଗ କରିବ। ଫଳରେ ବିପଦରେ ଥିବା ଯାତ୍ରୀଙ୍କ ନିକଟରେ ତୁରନ୍ତ ପୁଲିସ ପହଞ୍ଚି ପାରିବ ।












Click it and Unblock the Notifications