ହେନ୍ତାଳ ବଣ ଜଗିବ ସିସିଟିଭି, ସୂଚନା ଦେଲେ ମନ୍ତ୍ରୀ
Odisha News: ୨୦୨୫-୨୬ ରେ ଉପକୂଳବର୍ତ୍ତୀ ୫ଟି ଜିଲ୍ଲାର ୨୫୭ ହେକ୍ଟର ସ୍ଥାନରେ ସୃଷ୍ଟି ହେବ ହେନ୍ତାଳ ବଣ । ଏନେଇ ସୂଚନା ଦେଲେ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ଏହା ବନ୍ୟା, ବତ୍ୟା ମୁକାବିଲାରେ ସହାୟକ ହେବ ।
ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି, ୨୦୨୫-୨୬ ପାଖାପାଖି ୩୭୫ ହେକ୍ଟର ଜମିରେ ହେନ୍ତାଳ ବଣ କରାଯାଇଛି । ସେହିପରି ୬୩୨ ହେକ୍ଟର ସମୁଦ୍ର ଉପକୂଳରେ ସୃଷ୍ଟି ହେବ ହେନ୍ତାଳ ବଣ । ତେବେ ଏଣିକି ହେନ୍ତାଳ ବଣ ଜଗିବ ସିସିଟିଭି ଅର୍ଥାତ୍ ହେନ୍ତାଳ ବଣ ଉପରେ ନଜର ରଖିବା ପାଇଁ ସିସିଟିଭି ଲଗାଯିବ ।

ସେହିପରି ପୂର୍ବ ସରକାର ଲଗାଇଥିବା ହେନ୍ତାଳ ଗଛ କୁଆଡେ ଗଲା ସେନେଇ ମଧ୍ୟ ତଦନ୍ତ କରାଯିବ ବୋଲି ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି ।












Click it and Unblock the Notifications