କଟକ ଚୌଦ୍ୱାର ସହରରେ ଲାଗିଲା ସିସିଟିଭି କ୍ୟାମେରା
କଟକ ଚୌଦ୍ୱାର ସହରରେ ଲାଗିଲା ସିସିଟିଭି କ୍ୟାମେରା । ଏ ନେଇ ସହାୟତାର ହାତ ବଢ଼ାଇଛି ଇମ୍ଫାର ଦାୟିତ୍ୱବୋଧ ଶାଖା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ। ଚୌଦ୍ୱାର ଥାନାରେ ଏନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଟକ ଡିସିପି ପିନାକ ମିଶ୍ର ଯୋଗଦେଇ ଏହି ପ୍ରକଳ୍ପର ଶୁଭାରମ୍ଭ କ
କଟକ: କଟକ ଚୌଦ୍ୱାର ସହରରେ ଲାଗିଲା ସିସିଟିଭି କ୍ୟାମେରା । ଏ ନେଇ ସହାୟତାର ହାତ ବଢ଼ାଇଛି ଇମ୍ଫାର ଦାୟିତ୍ୱବୋଧ ଶାଖା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ। ଚୌଦ୍ୱାର ଥାନାରେ ଏନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଟକ ଡିସିପି ପିନାକ ମିଶ୍ର ଯୋଗଦେଇ ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ।

ଚୌଦ୍ୱାର ସହର ମଧ୍ୟଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ, ପୌରପାଳିକାର ୧୯ଟି ୱାର୍ଡକୁ ସଂଯୋଗ କରୁଥିବା ରାସ୍ତା ସହିତ ଗଳିକନ୍ଦିର ବିଭିନ୍ନ ସ୍ଥାନରେ ପ୍ରଥମ ପର୍ଯ୍ୟାୟରେ ମୋଟ ୪୬ଟି ସିସିଟିଭି କ୍ୟାମେରା ଲଗାଯାଇଥିବା ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ରାଜପଥର ନୁନ୍ଟିକିରୀ ଠାରୁ ଧୂମାବତୀ ଛକ , କଳିଙ୍ଗ ଛକ, ଗାନ୍ଧୀଛକ ଠାରୁ ବିରୂପା ବ୍ୟାରେଜ ଓ ଚୌଦ୍ୱାରର ବିଭିନ୍ନ ଭିଡ଼ ଓ ସମ୍ବେଦନଶୀଳ ସ୍ଥାନରେ ଏହି କ୍ୟାମେରା ସବୁ ଲଗା ଯାଇଛି । ଏହି କ୍ୟାମେରା ସଂସ୍ଥାପନ ପାଇଁ ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ଅନୁଦାନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।
ଇମ୍ଫାର ସହଭାଗିତାରେ ଲଗାଯାଇଥିବା ଏହି କ୍ୟାମେରା ଗୁଡ଼ିକ ଅପରାଧ ନିୟନ୍ତ୍ରଣରେ ସହାୟକ ହେବ ବୋଲି କୁହାଯାଉଛି।
ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଡିସିପି ଅନୀଲ ମିଶ୍ର,ଏସିପି ଅମିତାଭ ମାହାପାତ୍ର, ଯୋନ-୧ ଏସିପି ଅରୁଣ କୁମାର ସ୍ୱାଇଁ, ଇମ୍ଫାର ବରିଷ୍ଠ ଉପ ସଭାପତି ବିନୟ ଅଗ୍ରୱାଲ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଇମ୍ଫା ମାନବ ସମ୍ବଳ ଡିଜିଏମ୍ ଜି.ଶାରଦା ପ୍ରସାଦ ରାଓ, ଲୋକ ସମ୍ପର୍କ ମ୍ୟାନେଜର ଧ୍ରୁବ ଚରଣ ରାଉତ, ସମସ୍ତ ପୌର କାଉନସିଲର, ବିଭିନ୍ନ ବଜାର କମିଟି ପ୍ରତିନିଧି ମାନଙ୍କ ସମେତ ବହୁ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।












Click it and Unblock the Notifications