ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ରେଜଲ୍ଟ

ମଙ୍ଗଳବାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ସିବିଏସ୍‌ଇ ପରିଚାଳିତ ଘରୋଇ ସ୍କୁଲକୁ ଏପରି ଖବର ଆସିଥିବା ନେଇ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି । କେବଳ ଏତିକି ନୁହେଁ ଡିଜି ଲକର ୱେବ୍‌ସାଇଟ୍‌ରେ ରେଜଲ୍ଟ ଖୁବ୍‌ ଶୀଘ୍ର ଆସିବ ବୋଲି ଲେଖାଯାଇଛି ।

results

ସୂଚନାଯୋଗ୍ୟ, ସିବିଏସ୍‌ଇ ଦଶମ ପରୀକ୍ଷା ଗତ ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୧ ଯାଏ ହୋଇଥିଲା । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ୍‌ ୪ରେ ଶେଷ ହୋଇଛି । ଚଳିତ ବର୍ଷ ସାରା ଦେଶରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ୪୪ ଲକ୍ଷ ପିଲା ପରୀକ୍ଷା ଦେଇଛନ୍ତି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ସିବିଏସ୍‌ଇ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇବ । ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଆସିବ । ସିବିଏସ୍‌ଇ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ୱେବ୍‌ସାଇଟ୍‌ www.cbseresults.nic.in ରେ ରେଜଲ୍ଟ ଉପଲବ୍ଧ ହେବ । ପିଲାମାନେ ସେମାନଙ୍କର ରୋଲ୍‌ ନମ୍ବର, ଜନ୍ମ ତାରିଖ ପ୍ରଦାନ କରି ରେଜଲ୍ଟ ଦେଖିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+