କାଲିଠାରୁ ଆରମ୍ଭ ହେଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା, ନିର୍ଦ୍ଧାରିତ ସମୟ ସୁଧା ପହଞ୍ଚିବାକୁ ନିର୍ଦ୍ଦେଶ

ଛାତ୍ରଛାତ୍ରୀଙ୍କ ପାଇଁ ନିୟମ କଡାକଡି କଲା ସିବିଏସି । ନିର୍ଦ୍ଧାରିତ ସମୟ ପୂର୍ବରୁ ନପହଞ୍ଚିଲେ ଦେଇପାରିବେନି ପରୀକ୍ଷା । ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ସିବିଏସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଡେଡଲାଇନ ସ୍ଥିର କଲା ସିବିଏସି । ପରୀକ୍ଷା ସକାଳ ସାଢେ ୧୦ଟାରେ ଆରମ୍ଭ ହେବ । ହେଲେ ୧୦ ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।

CBSE

ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ନ ପହଞ୍ଚିିଲେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ବାରଣ ନେଇ ନିଷ୍ପତ୍ତି ନେଇଛି ସିବିଏସି । ସମୟରେ ପହଞ୍ଚିଲେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇ ପାରନ୍ତି ଛାତ୍ରଛାତ୍ରୀ । ଏନେଇ ସ୍କୁଲ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କରିଛି ସିବିଆଇ । ପାଣିପାଗ, ଟ୍ରାଫିକ ଭିଡ଼ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସମିଟକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ଘରୁ ବାହାରିବାକୁ ସ୍କୁଲ ଅଧ୍ୟକ୍ଷମାନଙ୍କୁ ମାର୍ଗଦର୍ଶିକା ଜାରି କରିଛି ସିବିଏସି । ଏ ନେଇ ସ୍କୁଲ ପକ୍ଷରୁ ଅଭିଭାବକମାନଙ୍କୁ ଅବଗତ କରିବାକୁ ପରାମର୍ଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+