ଦିଲ୍ଲୀରେ ହାଜର ହେବେ IAS ବିଷ୍ଣୁପଦ !
Odisha News: ଦିଲ୍ଲୀରେ ହାଜର ହୋଇପାରନ୍ତି IAS ବିଷ୍ଣୁପଦ ସେଠୀ । ଏନେଇ ସିବିଆଇ ପକ୍ଷରୁ ଏକ ଚିଠି ଲେଖି ବିଷ୍ଣୁପଦଙ୍କୁ ସୂଚନା ଦିଆଯାଇଛି । ବିଷ୍ଣୁପଦ ସେଠୀ ଚଞ୍ଚଲ ମୁଖାର୍ଜୀଙ୍କ ଲିଙ୍କ ମାମଲାରେ ସିବିଆଇକୁ ତଦନ୍ତରେ ସାହାଯ୍ୟ କରିବେ ହେଲେ ଭୁବନେଶ୍ୱରରେ ନୁହେଁ ବରଂ ଦିଲ୍ଲୀରେ ହାଜର ହୋଇପାରନ୍ତି ।

ସୂଚନା ଅନୁସାରେ, ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଜିଜିଏମ୍ ଙ୍କ ସହ ୧୫ ଲକ୍ଷ ଟଙ୍କା କାରବାର ମାମଲାରେ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ପକ୍ଷରୁ ସମାନ ଜାରି କରାଯାଇଥିଲା । ୧୦ ତାରିଖରେ ସମନ ଜାରି କରାଯାଇଥିଲା ଏବଂ ୧୧ ତାରିଖରେ ହାଜର ପାଇଁ ସୂଚନା ରହିଥିଲା । ତେବେ ଏହି ମାମଲାରେ ପୂର୍ବରୁ ବିଷ୍ଣୁପଦଙ୍କ ତିନି ଜଣ ଡ୍ରାଇଭରଙ୍କୁ ସିବିଆଇ ଜେରା କରି ସାରିଛି।












Click it and Unblock the Notifications