ଚାକିରି କରାଇ ଦେବା ନାଁରେ ବଡ଼ କେଳେଙ୍କାରୀ, ଭୁବନେଶ୍ୱର ନାଲକୋ ଅଫିସରେ CBI ଚଢ଼ାଉ
ଭୁବନେଶ୍ୱର ନାଲକୋ ଅଫିସରେ ସିବିଆଇ ଚଢ଼ାଉ କରିଛି । ନାଲକୋରେ ଚାକିରି କରାଇଦେବା ନାଁରେ ବଡ଼ ଧରଣର କାଲେଙ୍କାରୀ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି ।ନାଲକୋର କିଛି କର୍ମଚାରୀଙ୍କୁ ସିବିଆଇର ପଚରାଉଚରା । ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ ଟିମର ପଚରାଉଚରା କରୁଛି ।

ନାଲ୍ କୋରେ ଚାକିରି କରାଇ ଦେବା ନାଁରେ ବଡ଼ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ପାଇବା ପରେ ଭୁବନେଶ୍ୱର ନାଲ୍ କୋ ଅଫିସରେ ପସି କାଗଜପତ୍ର ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । କିଛି କର୍ମଚାରୀଙ୍କୁ ଝାଳବୁହା ଜେରା ସହ, ଦସ୍ତାବିଜ ଯାଞ୍ଚ କରି ଜବତ କରିଛି । ଲୋକଙ୍କୁ ଚାକିରି କରାଇ ଦେବାକୁ କହି ଜାଲ କାଗଜପତ୍ର କିମ୍ବା ଟଙ୍କା କାରବାରର ବଡ଼ ଘୋଟଲା ହୋଇଥିବା ସନ୍ଦେହ କରୁଛି ଟିମ୍ ।












Click it and Unblock the Notifications