ଭୁବନେଶ୍ବରରେ CBIର ରେଡ: ଦେଢ଼ କୋଟିର ଡିଲ ପାଇଁ ୧୨ ଲକ୍ଷର ଲାଞ୍ଚ, ୩ ଗିରଫ
ଭୁବନେଶ୍ବରରେ ଦିଲ୍ଲୀ ସିବିଆଇ ଟିମ୍ର ରେଡ଼ । 3 ଜଣଙ୍କୁ ଗିରଫ କରିଛି ସିବିଆଇ । ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ନୟାପଲ୍ଲୀର ଏକ ତାରକା ହୋଟେଲରେ ଡିଲ ବେଳେ ମାଡି ବସିଲା ସିବିଆଇ । 150 କୋଟିର ଟେଣ୍ଡର ପାଇଁ ଭୁବନେଶ୍ୱରରେ ରାତି ଅଧିଆ ହେଉଥିଲା ଡ଼ିଲ । ଦେଢ଼ କୋଟି ଟଙ୍କାର ଡିଲ ପାଇଁ 12ଲକ୍ଷର ଲାଞ୍ଚ କାରବାର ହେଉଥିଲା ।
ହୋଟେଲ ବାହାରେ ଥିବା ଦାମୀ କାରରୁ ଜବତ ହେଲା ପୁଳା ପୁଳା ଟଙ୍କା ଓ ସୁନା । ଲାଞ୍ଚ ନେବା ପାଇଁ ଓ ଲାଞ୍ଚ ଦେବା ପାଇଁ ଆସିଥିବା ଦୁଇ ପକ୍ଷର ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ 3 ଜଣଙ୍କୁ ଗିରଫ କରିଛି ସିବିଆଇ ।
ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସିବିଆଇ । ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଡାକ୍ତରୀ ମାଇନା କରି କୋର୍ଟରେ ହଜାର କରିଥିଲା CBI । ସେମାନେ ହେଲେ ଓଡ଼ିଶା ପଶ୍ଚିମ ବଙ୍ଗ ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ ଦେବଦତ୍ତ ମହାପାତ୍ର ।

ଗତକାଲି ପ୍ରାୟ ସନ୍ଧ୍ୟା ସାତଟା ସମୟରେ ନୟାପଲ୍ଲୀ ଅଞ୍ଚଳରେ ଏକ ତାରକା ହୋଟେଲ ସାମ୍ନାରେ OD 05 BV 9999 ଏସୟୁଭି ଗାଡ଼ିର ବନେଟ ଭିତରୁ ବଣ୍ଡଲ ବଣ୍ଡଲ ଟଙ୍କା ବାହାରୁଥିବା ଦେଖି ଲୁଟ ବା ରେଡ ପଡ଼ିଥିବା ଭାବି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପରେ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ବେଳେ ସେମାନେ ଦିଲ୍ଲୀର ସିବିଆଇ ଟିମ୍ ବୋଲି ଜାଣିବାକୁ ପାଇଥିଲେ ।
ଲାଞ୍ଚ କାରବାର ଘଟଣାରେ ସିବିଆଇ ଆଜି ଦିଲ୍ଲୀ, କଲିକତା ସମେତ ୧୧ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଓଡ଼ିଶାର ଭୁବନେଶ୍ୱର ସମେତ 5ଟି ସ୍ଥାନରେ ରେଡ ହୋଇଛି । ସର୍ଵ ଭାରତୀୟ ସ୍ତରରେ କମ୍ପାନୀ ବ୍ରିଜ ଆଣ୍ଡ ରୁଫ କୋ ଲିମିଟେଡ କମ୍ପାନୀ ଉପରେ ରେଡ କରିଛି ସିବିଆଇ । ରାମ ମନ୍ଦିର ପାଖରେ ଥିବା ବ୍ରାଞ୍ଚ ଅଫିସରରେ ତନାଘନ ଚାଲିଛି।
ଭୁବନେଶ୍ୱର, କଟକ, ଛାତ୍ରପୁରରେ ସିବିଆଇ ପକ୍ଷରୁ ବ୍ୟାପକ ଚଢ଼ାଉ ହୋଇଛି। ଭୁବନେଶ୍ୱର ରାମ ମନ୍ଦିର ପାଖରେ ଥିବା ବ୍ରିଜ ଆଣ୍ଡ ରୁଫ କୋ ଲିମିଟେଡ ଜୋନାଲ ଅଫିସ, ନୟାପଲ୍ଲୀରେ ଥିବା ବ୍ରାଞ୍ଚ ଅଫିସ, କଟକ ନଖରାରେ ଥିବା ଆଦିତ୍ୟ ଦେବ ପ୍ରାଇଭେଟ ଲିମିଟେଡ଼ର ମାଲିକ ଦେବ ଦତ୍ତ ମହାପାତ୍ରଙ୍କ ଘର ଉପରେ ସିବିଆଇ ପକ୍ଷରୁ ରେଡ଼ କରାଯାଇଛି।












Click it and Unblock the Notifications