୧୬ ଘଣ୍ଟା ରେଡ୍ ପରେ ବିଷ୍ଣୁପଦଙ୍କ ଘରୁ ବାହାରିଲା CBI
IAS ବିଷ୍ଣୁପଦ ସେଠୀଙ୍କ ଘର ଓ ସରକାରୀ ବାସଭବନରେ ଦିଲ୍ଲୀ CBIର ଏକ ୮ରୁ ୧୦ ଜଣିଆ ଟିମ୍ ଦୀର୍ଘ ୧୬ ଘଣ୍ଟା ରେଡ୍ କରିଥିଲା । ସକାଳ ୭ଟାରୁ ପଚରାଉଚରା ଆରମ୍ଭ ହୋଇଥିଲା ଯାହା ୧୬ ଘଣ୍ଟା ଧରି ଜାରି ରହିଥିଲା । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଧରି ଶେଷରେ ବିଷ୍ଣୁପଦଙ୍କ ଘରୁ ବାହାରିଛି ସିବିଆଇ ଟିମ୍ । ବ୍ରିଜ ଆଣ୍ତ ରୁଫ କମ୍ପାନୀ ଲିକଙ୍କୁ ନେଇ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ କରିଛି ମାରାଥନ ଜେରା କରୁଥିବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, ଗତକାଲି IAS ପଦରୁ ଇସ୍ତଫା ଦେଇଥିଲେ ବିଷ୍ଣୁପଦ । ନିଜର ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ୧୯୯୫ ବ୍ୟାଚର ଜଣେ ପ୍ରଶାସନିକ ଅଧିକାରୀ ଭାବେ ନିରନ୍ତର ଓ ନିସ୍ୱାର୍ଥପର ସେବା ଯୋଗାଇଆସିଛି । କିନ୍ତୁ ହଠାତ୍ ମୋ ଘରେ ସିବିଆଇ ଚଢାଉ କରିବା ନିହାତି ଦୁର୍ଭାଗ୍ୟଜନକ । ଏପରିକି ଯାଞ୍ଚ ବ୍ୟୁରୋ ରେଡ୍ ତାଲିକା ଠିକ୍ ନଥିବା ମଧ୍ୟ ଦାବି କରିଥିଲେ ବିଷ୍ଣୁପଦ ।












Click it and Unblock the Notifications