ଭୁବନେଶ୍ବର ଏମ୍ସରେ ନିଯୁକ୍ତି ସ୍କାମ୍‌ ନେଇ CBI ରେଡ୍‌

ଏମ୍‌ସରେ ସିବିଆଇ ରେଡ୍‌ । ଭୁବନେଶ୍ୱର ସ୍ଥିତ ଏମ୍‌ସ ହସ୍ପିଟାଲରେ ସିବିଆଇ ପକ୍ଷରୁ ରେଡ୍‌ ଚାଲିଛି । ରିକ୍ୟୁରମେଣ୍ଟ ସ୍କାମ୍‌ ନେଇ ରେଡ୍‌ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ । ଏହି ରେଡ୍‌ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ସିବିଆଇ ।

AIIMS Bhubaneswar

ଏମ୍ସରେ ଜାଲ କାଗଜପତ୍ର ଦେଖାଇ ଲୋକଙ୍କୁ ଚାକିରି ଦିଆଯାଇଥିବା ଅଭିଯୋଗ ପରେ ଚଢଉ କରିଛି ସିବିଆଇ ଟିମ୍। ଚଢଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ କାଗଜପତ୍ର ସିବିଆଇ ହାତରେ ଲାଗିଛି। ହେଲେ କିଏ ଦେଇଥିଲା ଏ ନିଯୁକ୍ତି , କେତେଜଣ ଜାଲ କାଗଜପତ୍ର ଦେଖି ନିଯୁକ୍ତି ପାଇଛନ୍ତି ସେ ନେଇ ଖୋଳତାଡ କରୁଛି ସିବିଆଇ ।

ଏବେଯାଏଁ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ୨୦୨୩ ଓ ୨୪ ମସିହାରେ ୫ଜଣଙ୍କର ନିଯୁକ୍ତି ହୋଇଥିଲା। ଏମାନେ ସମସ୍ତେ ଭୁବନେଶ୍ବରର ବାସିନ୍ଦା। ପୂର୍ବରୁ ଏମ୍ସ ଥାର୍ଡ ପାର୍ଟି ଜରିଆରେ ନିଯୁକ୍ତି ଦେଇଥିଲା । କିନ୍ତୁ ପରେ ନିଜେ ଏମ୍ସ ନିଯୁକ୍ତି ବ୍ୟବସ୍ଥା କରିଥିଲା । ହେଲେ ପୂର୍ବରୁ ୫ଜଣ କଣ୍ଟ୍ରାକ୍ୟ ବେସିସରେ କାମ କରୁଥିବାବେଳେ ପରେ ଜାଲ ସାର୍ଟିଫିକେଟ ଦେଖାଇ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+