CBI Raid: ଭୁବନେଶ୍ବରରେ ସିବିଆଇର ଚଢ଼ାଉ; ଲକ୍ଷାଧିକ ଟଙ୍କା ଜବତ, ୪ ଅଟକ
ରାଜଧାନୀ ଭୁବନେଶ୍ବରରେ ସିବିଆଇ ରେଡ୍ । ମେ' ଫେୟାର ହୋଟେଲ ସମ୍ମୁଖରେ ସିବିଆଇ ରେଡ୍ କରିଥିବା ସୂଚନା ମିଳିଛି । ଏକ ନାଲିରଙ୍ଗର ଦାମୀଗାଡ଼ିରେ ଟଙ୍କା ଓ ସୁନା ଥିବା ସନ୍ଦେହରେ ସିବିଆଇ ଯାଞ୍ଚ କରିଥିଲା। ଗାଡିରୁ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କା ମିଳିଥିବା ଜଣାପଡିଛି। ଗାଡ଼ିରେ ଥିବା ୪ ଜଣଙ୍କୁ ସିବିଆଇ ହେପାଜତକୁ ନେଇକି ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ବରର ମେ ଫାୟାର ହୋଟେଲ ନିକଟରେ ଏକ ଦାମୀ ଗାଡ଼ି (ଓଡି ୦୫ ବିଭି ୯୯୯୯)ରେ ବିପୁଳ ପରିମାଣର ଟଙ୍କା ଥିବା ନେଇ ସିବିଆଇକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ସିବିଆଇର ଟିମ୍ ଚଢ଼ଉ ପାଇଁ ସ୍ବତନ୍ତ୍ର ଯୋଜନା କରିଥିଲା। ଏହି ଆଧାରରେ କାର୍ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ କାର୍ ଭିତରେ କିଛି ଲୋକ ଥିଲେ। ସେମାନଙ୍କର ଠାରୁ ସିବିଆଇର ୬ ଜଣିଆ ଟିମ୍ ଲକ୍ଷାଧିକ ଟଙ୍କା ଜବତ କରିଛନ୍ତି। ସେମାନେ କୌଣସି କାମ ପାଇଁ ଟଙ୍କା ଡିଲ୍ କରୁଥିବା ନେଇ ସିବିଆଇ ସନ୍ଦେହ କରୁଛି। ସିବିଆଇ ଟିମ୍ ମୋଟ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ତେବେ ରିପୋର୍ଟ ଲେଖାଯିବା ବେଳକୁ କାର୍ ଭିତରୁ କେତେ ଟଙ୍କା ଜବତ କରାଯାଇଛି ତହା ଜଣାପଡ଼ି ନାହିଁ। ତେବେ କେଉଁ କାମ ପାଇଁ ଏହି ଡିଲ ହେଉଥିଲା ସେନେଇ ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ। ଘଟଣାର ତଦନ୍ତ ସରିଲା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ।












Click it and Unblock the Notifications