ପ୍ରଫେସର ବୁଲୁ ମହାରଣାଙ୍କ କ୍ବାର୍ଟର୍ସରେ ସିବିଆଇ ରେଡ୍ , ଜାଣନ୍ତୁ ପୁରା ମାମଲା

ବୁର୍ଲା: ଉଚ୍ଚ ଶିକ୍ଷାନୁଷ୍ଠାନକୁ ଭଲ ରାଙ୍କ୍ ପାଇଁ ଲାଂଚ ମାମଲାରେ ଗିରଫ ହୋଇଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କ କ୍ବାର୍ଟର୍ସରେ ସିବିଆଇ ରେଡ୍ । ପ୍ରଫେସର ବୁଲୁ ମହାରଣାଙ୍କ ସିଲ ହୋଇଥିବା ଜ୍ୟୋତି ବିହାରରେ ଥିବା ସରକାରୀ କ୍ୱାର୍ଟରର ସିଲ ଭାଙ୍ଗି ଘରେ ପଶି ସିବିଆଇ ଟିମ୍ ତଦନ୍ତ କରୁଥିବା ଜଣାଯାଇଛି। ତେବେ ଏନେଇ ସିବିଆଇ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ। ଏହି ସମୟରେ ଘରେ ଥିବା ବୁଲୁଙ୍କ ସାନଭାଇ ବିମଲ ମହାରଣାଙ୍କ ଉପସ୍ଥିତିରେ ଘରକୁ ପ୍ରାୟ ଅଢ଼େଇ ଘଣ୍ଟାଧରି ତନ୍ନତନ୍ନ କରି ଫେରି ସିବିଆଇ ଯାଞ୍ଚକାରୀ ଦଳ ଫେରି ଯାଇଛନ୍ତି।

ସୂଚନାଯୋଗ୍ୟ, ନାକ୍ ରେଟିଂ ପାଇଁ ଲାଞ୍ଚ ମାମଲାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଏକ ୱାଦେଶ୍ୱରମ୍ ନାମକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ସେହି ଅଭିଯୋଗ ଆଧାରରେ ଗତକାଲି ଦେଶର ୧୦ଟି ବିଶ୍ୱ ବିଦ୍ୟାଳୟରେ ଛାନ୍ଭିନ୍ କରିଥିଲେ ସିବିଆଇ।
ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ପହଞ୍ଚି ଖୋଳତାଡ଼ କରିଥିଲେ। ଦୀର୍ଘ ସମୟ ଧରି ଯାଞ୍ଚ ପରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରଫେସର ଡକ୍ଟର ବୁଲୁ ମହାରଣାଙ୍କୁ ଗିରଫ କରିଥିଲେ ସିବିଆଇ ଅଧିକାରୀ।

cbi
ଏହି ମାମଲାରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସିବିଆଇ ଚଢ଼ାଉ କରିଥିଲା । ଓଡ଼ିଶା ସମେତ ଚେନ୍ନାଇ, ବାଙ୍ଗାଲୋର, ବିଜୟ ୱାଡା, ସମ୍ବଲପୁର, ପାଲମୁ, ଭୋପାଳ ଦିଲ୍ଲୀ ଆଦି ଅଞ୍ଚଳରେ ଚଢ଼ଉ ହୋଇଛି । ଚଢ଼ଉ ସମୟରେ ୩୭ ଲକ୍ଷ ନଗଦ ଟଙ୍କା, ୬ଟି ଲାପଟପ୍ ଏବଂ ଆଇ-ଫୋନ ଜବତ ହୋଇଛି। ଶିକ୍ଷାନୁଷ୍ଠାନର ଅଧିକାରୀ ଓ ନାକ୍ ଟିମ୍ ସଦସ୍ୟଙ୍କ ନାମରେ ମାମଲା ରୁଜୁ ହୋଇଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+