ଜେଲ ଗଲେ MCL ଚିଫ ମ୍ୟାନେଜର, ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଥିଲା ସିବିଆଇ
ମହାନଦୀ କୋଲଫିଲ୍ଡସ ଲିମିଟେଡ (MCL)ର ଜଣେ ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ଲାଞ୍ଚ ନେଉଥିବା ବେଳେ ରେଡହ୍ୟାଣ୍ଡ ଧରିଛି। ଏମସିଏଲର ଝୁପୁରୁଙ୍ଗା-ତୁମୁଲିଆ ପ୍ରକଳ୍ପର ଡିସବର୍ସମେଣ୍ଟ ସେଲର ମୁଖ୍ୟ ମ୍ୟାନେଜର ଅଖିଲେଶ କୁମାର ବର୍ମାଙ୍କୁ ସିବିଆଇ ଟିମ୍ ବୁଧବାର ରାତିରେ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି।

ରିପୋର୍ଟ ଅନୁଯାୟୀ, ଖଣି ପ୍ରକଳ୍ପ ହେତୁ ବିସ୍ଥାପିତ ଜଣେ ବ୍ୟକ୍ତିଙ୍କୁ ମଞ୍ଜୁର ହୋଇଥିବା କ୍ଷତିପୂରଣ ଅର୍ଥ ମୁକ୍ତ କରିବା ପାଇଁ ବର୍ମା ଅଭିଯୋଗକାରୀଙ୍କଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ସେ ପୂର୍ବରୁ ୧୦,୦୦୦ ଟଙ୍କା ନେଇସାରିଥିବା ବେଳେ, ଦ୍ୱିତୀୟ କିସ୍ତିରେ ୨୦,୦୦୦ ଟଙ୍କା ନେଉଥିବା ସମୟରେ ସିବିଆଇ ହାତରେ ଧରାପଡ଼ିଛନ୍ତି।












Click it and Unblock the Notifications