ରାଜନଗରରେ ଜାତିଆଣ ଆରୋପ ଅଭିଯୋଗ ଘଟଣା, ପ୍ରାୟ ୩ ମାସ ପରେ ସ୍ୱାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର
ରାଜନଗର ବ୍ଲକ ଘଡିଆମାଳ ପଞ୍ଚାୟତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଦଳିତ ସହାୟିକା ନିଯୁକ୍ତିକୁ କେନ୍ଦ୍ର କରି ଦୀର୍ଘ ୩ ମାସ ଧରି ଚାଲିଥିବା ସମସ୍ୟାର ଅନ୍ତ ଘଟିଛି। ପୂର୍ବ ନିଷ୍ପତି ଅନୁଯାୟୀ ଆଜି ସକାଳୁ ରାଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଧ୍ରୁବ ସାହୁ ପହଞ୍ଚି ଗାଁର ମୁରବି ମାନଙ୍କ ସହ ଆଲୋଚନା କରିଥିଲେ। ପିଲାମାନଙ୍କୁ ସାଙ୍ଗରେ ନେଇ କେନ୍ଦ୍ରକୁ ଆସିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ସାହୁ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ନିଜ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ଅନୁଦାନ ରାଶି ଦେବା ପାଇଁ ଘୋଷଣା କରିବା ସହ ନଡ଼ିଆ ବାଡାଇ ଏହାର ଶିଳାନ୍ୟାସ କରିଛନ୍ତି। ଅଙ୍ଗନବାଡି କେନ୍ଦ୍ରରେ ଉପସ୍ଥିତ ଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ସିଡିପିଓ ଦୀପାଳି ମିଶ୍ର, ସୁପରଭାଇଜର ରଜନୀ ରାଉଳଙ୍କ ସହ କର୍ମୀ ଲିଜାରାଣୀ ପାଣ୍ଡଵ ଓ ସହାୟିକା ଶର୍ମିଷ୍ଠା ସେଠି ପିଲା ମାନଙ୍କୁ ଫୁଲ ଚନ୍ଦନଦେଇ ସ୍ୱାଗତ କରିଥିଲେ । ବିଧାୟକ ଶ୍ରୀ ସାହୁ ପିଲା ମାନଙ୍କୁ ଚକଲେଟ, ମୁଆଁ ବଣ୍ଟନ କରିଥିଲେ। ସିଡିପିଓ ଶ୍ରୀମତୀ ମିଶ୍ର ପିଲାମାନଙ୍କୁ ପଞ୍ଚତନ୍ତ୍ରର ବିଭିନ୍ନ କାହାଣୀ କହିଥିଲେ । ଏହା ପରେ ସେମାନଙ୍କୁ ଖାଦ୍ୟ ପରସା ଯାଇଥିଲା । ବିଧାୟକ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ୩ ମାସ ଧରି ଚାଲିଥିବା ସମସ୍ୟାର ସମସ୍ତଙ୍କ ସହଯୋଗରେ ଅନ୍ତ ଘଟିଛି ।

ଆଜିର ଦିନରେ ଜାତି ପ୍ରଥର ଗୁରୁତ୍ୱ ନାହିଁ। ଆଗକୁ ଠିକ ଭାବରେ ଚାଲିବ ବୋଲି କହିଛନ୍ତି । ଗ୍ରାମବାସୀ ଗୋବର୍ଧନ ପ୍ରଧାନ କହିଛନ୍ତି ଆମ ଗାଁ ର ନୈତିକ ବିଜୟ ଘଟିଛି। ଗାଁ କୁ ନେଇ ଯେଉଁ ଚର୍ଚ୍ଚା ଲାଗି ରହିଥିଲା ତାହା ଅନ୍ତ ଘଟିଛି। ପ୍ରଶାସନ ଓ ଗ୍ରାମବାସୀଙ୍କ ସହଯୋଗରେ ଘଟଣାର ପୂର୍ଣ୍ଣଛେଦ ପଡିଛି। ଆଗାମୀ ଦିନରେ ଏମିତି ଭୁଲ ହେବ ନାହିଁ ବୋଲି ଆଶା ବ୍ୟକ୍ତ କରିଛନ୍ତି । ସିଡିପିଓ ଦୀପାବଳି ମିଶ୍ର କହିଛନ୍ତି ଆମ ଅଙ୍ଗନବାଡି କେନ୍ଦ୍ର ସମସ୍ୟାର ପୂର୍ଣ୍ଣଛେଦ ପଡିଛି। ମାନ୍ୟବର ସାଂସଦ ମାନ୍ୟବର ବିଧାୟକ ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ ଏମିତି ସମ୍ଭବ ହୋଇପାରିଲା। ଏହି କେନ୍ଦ୍ରରେ ୨୦ ଜଣ ପ୍ରି - ସ୍କୁଲ ଛାତ୍ରଛାତ୍ରୀ ଥିବାବେଳେ ଆଜି ୧୬ଜଣ ଆସିଛନ୍ତି। ସହାୟିକା ଶର୍ମିଷ୍ଠା ସେଠି ନିଜ ପ୍ରତିକ୍ରିୟାରେ କହିଛନ୍ତି ଆଜି ମୋତେ ବହୁତ ଖୁସି ଲାଗୁଛି। ଗାଁ ଲୋକଙ୍କ ସହଯୋଗରେ ପିଲାମାନେ ଆସିବା ପରେ ଆମ ମ୍ୟାଡ଼ାମ ଓ ମୁ ପିଲା ମାନଙ୍କୁ ଗପ ଶୁଣାଇଲୁ ଓ ଖାଇବାକୁ ଦେଲୁ । ଛୋଟ ଛୋଟ ପିଲା ଆମ ଦେଶର ଭବିଷ୍ୟତ ସେମାନଙ୍କୁ ଗଢିବା ଆମର ଦାୟିତ୍ୱ ବୋଲି କହିଛନ୍ତି ।












Click it and Unblock the Notifications