ଭୁବନେଶ୍ବର ଇନ୍ଫୋସିଟି ଥାନାରେ ଅଚ୍ୟୁତ ସାମନ୍ତଙ୍କ ନାଁରେ ମାମଲା
ଭୁବନେଶ୍ବର ଇନ୍ଫୋସିଟି ଥାନାରେ ଅଚ୍ୟୁତ ସାମନ୍ତଙ୍କ ନାଁରେ ମାମଲା ।BNS ଧାରା ୩୨୯(୩), ୩୨୪ (୪), ୩୦୩(୨)ରେ ମାମଲା ରୁଜୁ ହୋଇଛି ।BNS ଧାରା ୩୫୧(୨) ଏବଂ ୩(୫)ରେ ମାମଲା ରୁଜୁ । ଅଚ୍ୟୁତ ଏବଂ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଟଙ୍କପାଣି ରୋଡ୍ର ବଂଶୀଧର ବେହେରାଙ୍କ ଏତଲା ଆଧାରରେ ମାମଲା ହୋଇଛି ।

କିସ୍ ପାଖରେ ଥିବା ତାଙ୍କର ଶହେ ଡିସିମିଲ୍ ଜମିକୁ ଜବର ଦଖଲ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି। ଜମିର ପାଚେରୀ ଭାଙ୍ଗିବା ଓ ଭିତର ଗଛ ନଷ୍ଟ କରାଯିବା ଅଭିଯୋଗ । ଏନେଇ ଯୋଗାଯୋଗ କରାଯାଇଥିଲେ ବି ଅଚ୍ୟୁତଙ୍କ ପ୍ରତିକ୍ରିୟା ମିଳିପାରିନି ।












Click it and Unblock the Notifications