ଲିଙ୍ଗରାଜ ପୀଠରେ ବିଦେଶିନୀଙ୍କୁ ଅସଦାଚରଣ ମାମଲା; ଦୋଷୀକୁ ୧୮ ମାସ ଜେଲ୍‌ ଦଣ୍ଡାଦେଶ

ଲିଙ୍ଗରାଜ ପୀଠରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ସଜା । ମାତ୍ର ୨୮ ଦିନରେ ଦୋଷୀ କୁଣ୍ଡୁ ମହାପାତ୍ରକୁ ସଜା ଦେଲେ କୋର୍ଟ । କୁଣ୍ଡୁକୁ ୧୮ ମାସ ଜେଲ୍‌ ଦଣ୍ଡାଦେଶ ଦେଲେ JMFC କୋର୍ଟ ।

jail

ଅଭିଯୋଗର ମାତ୍ର ୪ ଦିନ ଭିତରେ ଦାଖଲ ହୋଇଥିଲା ଚାର୍ଜସିଟ୍‌ । ଫେବ୍ରୁଆରୀ ୧୯ରେ ଦର୍ଶନ ବାହାନାରେ ଅସଦାଚରଣ ହୋଇଥିଲା ।

ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ବାହାରେ ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ସେବାୟତଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ସେବାୟତ କୁଣ୍ଡୁ ମହାପାତ୍ରଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୫୪, ୩୫୪ ଏ ରେ ମାମଲା ରୁଜୁ କରାଯାଇଛି ।

ସୂଚନାଯୋଗ୍ୟ, ଲିଙ୍ଗରାଜ ମନ୍ଦିରର ଐତିହ୍ୟ ବିଷୟରେ ବୁଝାଇବାକୁ ଯାଇ ବିଦେଶିନୀଙ୍କ ସହ ଅସଦାଚରଣ କରିଥିଲେ ସେବାୟତ କୁଣ୍ଡୁ ମହାପାତ୍ର । ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ ବିଦେଶିନୀ । ପୋଲିସ ତୁରନ୍ତ ଏହି ଘଟଣାର ଯାଞ୍ଚ କରିବା ସହ ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+