ବବିଙ୍କ ନାଁରେ ମାମଲା ରୁଜୁ କଲେ ଆଇନଜୀବୀ, ଜାଣନ୍ତୁ କାରଣ

ପୁଣି ଅଡ଼ୁଆରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ଗୋଟାଏ ପରେ ଗୋଟାଏ ବିବାଦରେ ଏବେ ପ୍ରଣବ । ପ୍ରଣବଙ୍କ ନାଁରେ ଏବେ ଥାନାରେ ଏତଲା ।

babi das

ପୂର୍ବତନ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା । ଏତଲା ଦେଲେ ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବ ସୁନ୍ଦର ମହାନ୍ତି । ସତ୍ୟଙ୍କ ଅଭିଯୋଗ ,ପ୍ରଣବ ଦାସ ନିଜ ସରକାରୀ ବାସଭବନରେ କରିଥିବା ବେଆଇନ ନିର୍ମାଣରେ ଚାଲିଥିଲା ଅନୈତିକ କାର୍ୟ୍ୟ ।

ଏହାସହ ଏହି ଜାଗାରେ ନିର୍ମାଣ କାର୍ଯ୍ୟ ପାଇଁ ସେ ପ୍ରଶାସନଠାରୁ ଅନୁମତି ନେଇନଥିଲେ । ଏହି ନିର୍ମାଣ ସମ୍ପୂର୍ଣ୍ଣ ବେଆଇନ ହୋଇଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ଆଇନଜୀବୀ । ଏନେଇ ସେ କ୍ୟାପିଟାଲ ପୋଲିସ ଷ୍ଟେସନରେ ଏଫଆଇଆର ଦାଏର କରିଛନ୍ତି ।ସେ ଆହୁରି କହିଛନ୍ତି, ଲୋକେ ଆଲୋଚନା କରୁଛନ୍ତି ଯେ ସେଠାରେ ରଙ୍ଗମହଲ ଚାଲିଥିଲା। ସେଠାରେ ଖଣି ଓ ଅନ୍ୟାନ୍ୟ ବ୍ୟବସାୟର କଳାଧନ ନିବେଶ ହୋଇଥିଲା। ଏ ସବୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆମେ ଦାବି କରିଛୁ।

ବବିଙ୍କୁ ରାଜଭବନ ସମ୍ମୁଖସ୍ଥ ୟୁନିଟ-୬ ଅଂଚଳର ଭିଆଇଆଇଆଇ-ଏମଆର-୧ କ୍ୱାର୍ଟର୍ସଟି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେ ତାଙ୍କ କ୍ୱାର୍ଟର୍ସ ଦୁଇ ପାର୍ଶ୍ୱରେ ଥିବା ଅନ୍ୟ ୨ଟି ସରକାରୀ କ୍ୱାର୍ଟର୍ସ ଯଥା- ଭିଆଇଆଇଏମଆର-୨ ଏବଂ ଭିଆଇଆଇଆର-୧ର ପ୍ରାୟ ୪୦ ପ୍ରତିଶତ ପରିମିତ ଜାଗାକୁ ଆଣି ନିଜ କ୍ୱାର୍ଟର୍ସ ସହ ମିଶାଇ ବିଶାଳ ପାଚେରୀ ନିର୍ମାଣ କରିଥିଲେ। ଏହାସହିତ ପ୍ରାୟ ୨ରୁ ୩କୋଟି ଟଙ୍କା ଖର୍ଚ୍ଚ କରି ଅଢ଼େଇ ହଜାର ବର୍ଗଫୁଟ ଅଂଚଳରେ ମୂଲ୍ୟବାନ କାଠ ଓ କାଚରେ ଆଲିଶାନ ଘର ନିର୍ମାଣ କରିଥିଲେ। ସେହି କୋଠାରେ ବିଦେଶରୁ ଆସିଥିବା ସୋଫା, ବେଡ୍‌, ମୂଲ୍ୟବାନ ଲାଇଟ୍ ଓ ଅନ୍ୟାନ୍ୟ ବିଳାସମୟ ସାମଗ୍ରୀ ରହିଥିଲା । ଏବେ ବିଜେଡି କ୍ଷମତାରୁ ଯିବାପରେ ବବି ସେହି ଘରକୁ ଭାଙ୍ଗି ଦେଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+