ଅମରେଶଙ୍କ ନାଁରେ ପୋକ୍ସୋ ଆକ୍ଟରେ ମାମଲା !
ଅମରେଶ ଜେନାଙ୍କ ଗିରଫଦାରି ନେଇ ଭୁବନେଶ୍ବର ଏସିପି ଜୋନ୍-୪ଙ୍କ ସୂଚନା । ଅଭିଯୋଗ ଅନୁସାରେ ଯଥେଷ୍ଟ ତଥ୍ୟ ପ୍ରମାଣ ମିଳିବା ପରେ ଗିରଫ କରାଯାଇଛି' । ଦୁଷ୍କର୍ମ, ଗାଳିଗୁଲଜ, ଧମକଚମକ ଆଦି ପରି ଦଫା ଲାଗିଛି । ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି' । ଅମରେଶଙ୍କୁ ଖସାଇବାରେ ସହଯୋଗ କରିଥିବାରୁ ୫ ଗିରଫ ହୋଇଛନ୍ତି' ।

ସୂଚନାନୁସାରେ, ଗତ ଗୁରୁବାର ଦିନ ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶ ଜେନା ଓରଫ ବାୟାଁଙ୍କ ନାମରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭ୍ରୁଣହତ୍ୟା ପାଇଁ ବାଧ୍ୟ କରିଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି କରିଥିଲା। କିନ୍ତୁ ଅଭିଯୁକ୍ତ ଅମରେଶ ଜେନା ଫେରାର ହୋଇଯାଇଥିଲେ। ପୁଲିସ ତାଙ୍କ ମୋବାଇଲ ଟ୍ରାକିଂ କରିବା ସହିତ ସେ କେଉଁଠାରେ ଅଛନ୍ତି ତାହାର ତଦନ୍ତ ଆରମ୍ଭ କରିଥିଲା। ତାଙ୍କ ମୋବାଇଲ ଟ୍ରାକିଂ ବେଳେ କିଛି ସହଯୋଗୀଙ୍କ ସହିତ କଥା ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ସେମାନଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା କରିଥିଲା। ସେମାନେ ତାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ସ୍ବୀକାର କରିଥିଲେ। ପରେ ସେମାନଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଥିଲା।
ଆଜି କର୍ପୋରେଟର୍ ଅମରେଶ ଜେନାଙ୍କୁ ବାଲେଶ୍ବରରୁ ଗିରଫ କରାଯାଇଛି। ଗତକାଲି ତାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ୫ ସହଯୋଗୀଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଥିଲେ। ଅଭିଯୁକ୍ତମାନେ ବଡ଼ଗଡ଼ ଗୌତମନଗରର ବିବେକ କୁମାର ସ୍ବାଇଁ(୨୯), ସନ୍ତୋଷୀବିହାର ଅଞ୍ଚଳର ବିକ୍ରମ ମହାନ୍ତି(୪୨), ଚିନ୍ତାମଣିଶ୍ବର ଅଞ୍ଚଳର ଦେବେନ୍ଦ୍ର ଭୋଳ(୪୫)ଓ ସୁମନ କୁମାର ସାହୁ(୨୭) ଏବଂ ଲକ୍ଷ୍ମୀସାଗର ଶବରସାହିର ରାଜୀବ ଚମ୍ପତ୍ତି(୪୫)।












Click it and Unblock the Notifications