ପାଉଁଶ ବୋଝେଇ ଟ୍ରକ୍କୁ ଧକ୍କା ଦେଲା କାର , ୩ ମୃତ
ଧନୁପାଲି ଥାନା ଅନ୍ତର୍ଗତ NH-55 ନକ୍ସପାଲି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ପଛରେ ଏକ କାର୍ ପିଟି ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ଖବର ଅନୁସାରେ ଏକ ପାଉଁଶ ବେଝେଇ ହାଇୱା(ଓଡି-୧୫-ୟୁ-୯୧୦୪) ଧନୁପାଲି ଥାନା ଅନ୍ତର୍ଗତ ନକ୍ଲାପାଲି ନକଟରେ ଜାତୀୟ ରାଜପଥ(୫୫) କଡ଼ରେ ଛିଡ଼ା ହୋଇଥିଲା । ଅପରାହ୍ନ ପ୍ରାୟ ୪ଟା ସମୟରେ ସମ୍ବଲପୁର ପଟୁ ଦୃତ ଗତିରେ ଆସି ଏକ କାର(ଓଡି-୧୪-ୟୁ-୮୧୦୩) ଉକ୍ତ ହାଇୱାକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କାର ଚାଳକଙ୍କ ମୃତୁ୍ୟ ଘଟିଥିଲା ।

ସ୍ଥାନୀୟ ଲୋକେ କାରରେ ଥିବା ଅନ୍ୟ ଦୁଇଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ବୁର୍ଲା ଭିମ୍ସାରକୁ ନେଇଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନାହିଁ । ଅପରପକ୍ଷରେ ଚାଳକଙ୍କ ମୃତଦେହକୁ ଜବତ କରି ପୋଲିସ ବ୍ୟବଛେଦ ପାଇଁ ପଠାଇଛି ।












Click it and Unblock the Notifications