ମହାନଦୀରେ ଭାସିଗଲା କାର୍: ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲା ଓଡ୍ରାଫ ଟିମ୍
ପାରାଦୀପ : ମହାନଦୀରେ ଭାସିଗଲା କାର୍ । ଆଉ ସେଥିରେ ଥିବା ୨ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କଲା ଓଡ୍ରାଫ ଟିମ୍ । ଜଗତସିଂହପୁର ରାହାମା ବଜାର ହରିପୁର ନିକଟ ଗଳି ପୋଲରେ ଭାସି ଯାଇଥିଲା । ହେଲେ ଦୁଇ ଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ।
କାର୍ଟି ଭାସିଯାଇ ଏକ ଗଛରେ ଲାଗିବାରୁ ଜଣେ ଗଛକୁ ଚଢ଼ିଯାଇଥିଲେ । ସେହିପରି ଆଉ ଜଣେ କାର୍ ଉପରେ ଚଢ଼ି ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ଉଭୟଙ୍କୁ ତିର୍ତ୍ତୋଲ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଉଦ୍ଧାର କରିଛନ୍ତି ।
ସୂଚନା ଅନୁସାରେ, ଜଗତସିଂହପୁର ରାହାମା ନିକଟ ହରିପୁର ରାସ୍ତାରେ କାରଟି ଭାସି ଯାଇଥିଲା । ପ୍ରାୟ ୧୦୦ ମିଟର ଭାସିଗଲା ପରେ ଏକ ସାହାଡ଼ା ଗଛରେ କାର୍ଟି ଲାଗି ରହିଥିଲା । କାର୍ରେ ଦୁଇ ଜଣ ଥିଲେ । ଜଣେ କାର୍ ଛାତ ଉପରେ ଓ ଅନ୍ୟ ଜଣେ ଗଛ ଉପରେ ଆଶ୍ରୟ ନେଇଥିଲେ । ଓଡ୍ରାଫ୍ ଟିମ୍ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା ।
ସୂଚନାଯୋଗ୍ୟ ଯେ, ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ୩ ଦିନ ହେଲାଣି ହରିପୁର ରାସ୍ତା ଉପରେ ୩ ଫୁଟରୁ ବେଶୀ ପାଣି ପ୍ରବାହିତ ହେଉଛି ।

ସେହିପରି ହୁଳୁହୁଳା ଓ କଇଁଆ ନାଳ ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଯଦ୍ୱାରା ବିଲିପଡ଼ାରୁ ତାଳବସ୍ତ ରାସ୍ତାକୁ ଯୋଗାଯୋଗ ବିଛିନ୍ନ ହୋଇଛି । ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟାଜଳ ପ୍ରବାହିତ ହୋଇଛି ।
ମହାନଦୀର ଜଳସ୍ତର ସାମାନ୍ୟ ହ୍ରାସ ହୋଇଥିବା ବେଳେ ବାଙ୍କୀର ତଳିଆ ଅଞ୍ଚଳରେ ଏବେ ଜଳସ୍ତର ବଢିବାକୁ ଲାଗିଛି । ମହାନଦୀର ବନ୍ୟାଜଳ ରଣନଇ ଦେଈ ଆସିବା ଫଳରେ ଏବେ ବିଲିପଡ଼ା -ଶିମିଳିପୁର କଇଁଆ ନାଳ ଓ ବିଲିପଡ଼ା-ତାଳବସ୍ତ ରାସ୍ତା ଉପରେ ଦୁଇଫୁଟର ବନ୍ୟାଜଳ ପ୍ରବାହିତ ହୋଇଛି ।
ଲୋକେ ବାଙ୍କୀ ବଜାରରୁ ଅତ୍ୟାବଶକ ସାମଗ୍ରୀ କିଣିବାକୁ ବିପଦ ସଂକୁଳ ଅବସ୍ଥାରେ ବନ୍ୟାଜଳର ସ୍ରୋତ ପାଣିରେ ପଶି ଯାଉଛନ୍ତି । ସେପଟେ ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯିବ ଫଳରେ ଚାଷୀର ଫସଲ ଏବେ ସମ୍ପୂର୍ଣ ନଷ୍ଟ ହୋଇଯାଇଛି ।












Click it and Unblock the Notifications