ଖାଇକୁ ଖସିଲା କାର୍, ୩ ମୃତ
ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା। ଖାଇକୁ ଖସିଲା କାର୍। ଏହି ଦୁର୍ଘଟଣାରେ ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଜୌନପୁର ଜିଲ୍ଲାର କେରାକାଟ କୋତୱାଲି ଅଞ୍ଚଳର ମୁଫତିଗଞ୍ଜ ବଜାର ନିକଟରେ ଏହି ମର୍ମାନ୍ତୁଦ ଦୁର୍ଘଟଣା ଘଟିଥିଲା। ମୃତକଙ୍କୁ ଶଙ୍କର ସୋନକରଙ୍କ ପୁଅ ବବଲୁ ସୋନକର (୪୫) ଏବଂ ମୁରଲୀ ସୋନକରଙ୍କ ପୁଅ ଶ୍ୟାମଲାଲ ସୋନକର (୩୫) ଏବଂ ବିଜୟ ସୋନକରଙ୍କ ପୁଅ ରାଜୁ ସୋନକର (୪୫) ବୋଲି ଚିହ୍ନଟ କରାଯାଇଛି। ଏହି ତିନି ଜଣ ବାରାଣସୀର କ୍ୟାଣ୍ଟ ଥାନା ଅଞ୍ଚଳର କ୍ୟାଣ୍ଟର ବାସିନ୍ଦା।

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବିବାହ ପାର୍ଟିରେ ଯୋଗ ଦେବାକୁ ବାରାଣସୀରୁ ଜୌନପୁର ଆସୁଥିବା ସମୟରେ ହଠାତ୍ କାରଟି ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ବାରାଣସୀ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।












Click it and Unblock the Notifications