ବଜାର ଉପରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଲୋକେ
ବଜାର ଉପରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଲୋକେ
ଖୋର୍ଦ୍ଧା: ରାସ୍ତା ଉପରେ ଠିଆ ହୋଇଥିବା ବେଳେ ଜଳିଗଲା କାର । ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ । ବାଘମାରି ବଜାରରେ ଏକ ଗ୍ୟାସ୍ ଚାଳିତ ଗାଡ଼ିକୁ ଷ୍ଟାଟ୍ କରିବା ସମୟରେ ଘଟିଥିଲା ଦୁର୍ଘଟଣା । ହଠାତ୍ ମାରୁତି ଭ୍ୟାନଟିରେ ନିଆଁ ଲାଗି ଯାଇଥିଲା ଏବଂ କିଛି ବୁଝିବା ପୂର୍ବରୁ ହୁତୁ ହୁତୁ ହୋଇ ଗାଡ଼ିଟି ସମ୍ପୁର୍ଣ୍ଣ ଜଳିଯାଇଥିଲା ।

ସୂଚନା ଅନୁସାରେ, ବୋଲଗଡ କଳାଙ୍ଗ ଅଞ୍ଚଳରୁ ଏକ ଗ୍ୟାସ ଚାଳିତ ମାରୁତି ଭ୍ୟାନରେ କିଛି ଲୋକ ପାଲା ପରିବେଷଣ କରିବା ପାଇଁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ବାଘମାରୀ ଥାନା ନିକଟରେ ଗାଡ଼ି ରଖି ବାଘମାରି ବଜାରରେ ଓହ୍ଲାଇଥିଲେ । ପୁନର୍ବାର ଯାତ୍ରା ଆରମ୍ଭ କରିବା ପାଇଁ ଗାଡ଼ିଟିକୁ ଷ୍ଟାର୍ଟ କରିବା ସମୟରେ ହାଠତ୍ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଗାଡ଼ିରେ ଡ୍ରାଇଭର ସମେତ ସମସ୍ତ ଲୋକ ସୁରକ୍ଷିତ ଭାବେ ଗାଡିରୁ ଓହ୍ଲାଇ ଯାଇଥିଲେ ଓ ତୁରନ୍ତ ବେଗୁନିଆ ଅଗ୍ନିଶମବାହୀନିକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମବାହୀନି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ନିଆଁ ଲାଗିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।












Click it and Unblock the Notifications