କଟକ କାର୍ ଧକ୍କାରେ କନେଷ୍ଟବଳ ରମେଶଙ୍କ ମୃତ୍ୟୁ
କାର୍ ଧକ୍କାରେ କନେଷ୍ଟବଳ ମୃତ । ବାଙ୍କୀ ଥାନା କଇଁମୁଣ୍ଡି ଚାରିଘରିଆ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତକ ହେଲେ କଇଁମୁଣ୍ଡି ଫାଣ୍ଡିର କନେଷ୍ଟବଳ ରମେଶ ଚନ୍ଦ୍ର ପରିଡ଼ା ।
କଟକ: କାର୍ ଧକ୍କାରେ କନେଷ୍ଟବଳ ମୃତ । ବାଙ୍କୀ ଥାନା କଇଁମୁଣ୍ଡି ଚାରିଘରିଆ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତକ ହେଲେ କଇଁମୁଣ୍ଡି ଫାଣ୍ଡିର କନେଷ୍ଟବଳ ରମେଶ ଚନ୍ଦ୍ର ପରିଡ଼ା ।

ଖବର ଅନୁଯାୟୀ, ଆଜି ସକ।ଳ ସମୟରେ ମର୍ଣ୍ଣିଂଓ୍ୱାର୍କ କରୁଥିବା ସମୟରେ ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ରମେଶଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସେପଟେ କାରଟି ଧକ୍କା ଦେବା ପରେ ରାସ୍ତା ତଳକୁ ଖସି ପଡିଥିବା ଦେଖବାକୁ ମିଳିଛି । ଦୁର୍ଘଟଣା ନେଇ ଖବର ପାଇବା ପରେ କଇଁମୁଣ୍ଡି ଫାଣ୍ଡି ପୋଲିସ ଓ ବାଙ୍କୀ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଚି ରମେଶଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଦୁର୍ଘଟଣାଗ୍ରସ୍ତ କାରରେ ଥିବା ଜଣେ ଯୁବତୀ ଓ ତିନି ଯୁବକଙ୍କୁ ଆହତ ଅବସ୍ଥାରେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି ପୋଲିସ ।












Click it and Unblock the Notifications