ଭାରସାମ୍ୟ ହରାଇ ଘରର କାନ୍ଥକୁ ପିଟିଲା କାର; ଗଲା ୪ ଜୀବନ

ଭାରସାମ୍ୟ ହରାଇ ଘରର କାନ୍ଥକୁ ପିଟିଲା କାର । ଗଲା ୪ ଜୀବନ । ତିଗିରିଆ ଥାନା ଗଦାଧରପୁର ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି । ସମସ୍ତ ୪ ମୃତକ ଯୁବକ ହୋଇଥିବା ବେଳେ ପରିଚୟ ମିଳିପାରି ନାହିଁ । କୋଇଲିକନ୍ୟା ଗାଁରୁ ବିବାହ ଭୋଜି ସାରି ଫେରିବା ବେଳେ ଦୁର୍ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ବିବାହ ଭୋଜି ଖାଇ ସେଠାରୁ ୪ ଜଣ ବିଳମ୍ବିତ ରାତିରେ ଫେରୁଥିଲେ । ଏହି ସମୟରେ ଘନ କୁହୁଡି ଲାଗି ତିଗିରିଆ ଥାନା ଗଦାଧରପୁରରେ ବିନ୍ଧାଣୀ ମା ରାସ୍ତା ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଏକ କାନ୍ଥରେ ପିଟି ହୋଇ ଯାଇଥିଲା । ଯାହାଫଳରେ କାର୍‌ରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି ।

car accident

ଦୁର୍ଘଟଣା ସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି ତିଗିରିଆ ପୋଲିସ । ତେବେ ପୋଲିସର ପ୍ରାଥମିକ ଅନୁଧ୍ୟାନରୁ ମୃତକଙ୍କ ମଧ୍ୟରେ ଜଣେ ବାଙ୍କି ହରିରାଜପୁର , ଜଣେ ବାଙ୍କି ପାଳପୁଟ, ଜଣେ ବଡମ୍ବା ସହ ଅନ୍ୟ ଜଣଙ୍କର ଘର ଖଜୁରିପଦା ଗାଁରେ ବୋଲି ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+