କ୍ୟାପିଟାଲ ହସ୍ପିଟାଲ’ ଓଡ଼ିଶାର ୧ ନମ୍ବର ହସ୍ପିଟାଲ, ହାତେଇଲା ‘ଏନ୍‌‌କ୍ୱାସ୍‌‌’ ସାର୍ଟିଫିକେଟ୍‌‌

ଓଡ଼ିଶାର ୧ ନମ୍ବର ହସ୍ପିଟାଲ ହେଉଛି କ୍ୟାପିଟାଲ ହସ୍ପିଟାଲ୍ । ଓଡ଼ିଶାର ୧ ନମ୍ୱର ଡାକ୍ତରଖାନା ଭାବେ ସାରା ଭାରତବର୍ଷରେ ସମ୍ମାନ ସାଉଁଟିଲା କ୍ୟାପିଟାଲ ହସ୍ପିଟାଲ । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ଜାତୀୟ ଗୁଣାତ୍ମକ ଆସ୍ୟୁରାନ୍‌‌ସ୍‌‌ ଷ୍ଟାଣ୍ଡାର୍ଡ (ଏନ୍‌‌କ୍ୱାସ୍‌‌) ତରଫରୁ କ୍ୱାଲିଟି ସାର୍ଟିଫିକେଟ୍‌‌ ପ୍ରଦାନ କରାଯାଇଛି ।

ଏନ୍‌‌କ୍ୱାସ ସାର୍ଟିଫିକେଟ୍‌‌ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ୭୦ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି । ପ୍ରତି ବେଡ୍‌‌ ପିଛା ୧୦ହଜାର ଲେଖାଏଁ ଅର୍ଥ ରାଶି ମିଳିବ । ଏହାର ୮୦ ପ୍ରତିଶତ ଅର୍ଥ ଆରକେଏସ୍‌‌ ଯୋଜନାରେ ଖର୍ଚ୍ଚ କରାଯିବ । ଆଉ ୨୦ ପ୍ରତିଶତ ଅନ୍ୟ କ୍ଷେତ୍ରରେ ଖର୍ଚ୍ଚ କରାଯିବ।

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ କହିବା ଅନୁସାରେ ହସ୍ପିଟାଲର ଏହିଭଳି ପ୍ରଦର୍ଶନର ଶ୍ରେୟ ସମ୍ପୂର୍ଣ୍ଣ ଭାବେ ସମସ୍ତ କର୍ମଚାରୀଙ୍କର। ଏହା ଆଗାମୀ ଦିନରେ କର୍ମଚାରୀଙ୍କୁ କାର୍ଯ୍ୟ କରିବାକୁ ଆହୁରି ଉତ୍ସାହ ଯୋଗାଇ ଦେବ।

capital hospital

ଗତ ବର୍ଷ ଜୁଲାଇ ୭ ତାରିଖରେ ଏନ୍‌‌କ୍ୱାସ୍‌‌ ଟିମ୍‌‌ ୩ ଦିନ ଧରି କ୍ୟାପିଟାଲ ହସ୍ପିଟାଲରେ ଥିବା ୧୮ଟି ବିଭାଗକୁ ବିସ୍ତୃତ ଭାବେ ଯାଞ୍ଚ କରିଥିଲେ । ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଅସ୍ତ୍ରୋପଚାର, ରୋଗୀଙ୍କ ସୁରକ୍ଷା, ଜୀବାଣୁ ମୁକ୍ତ ପରିବେଶ, ମାନବସମ୍ୱଳ ଏବଂ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁବିଧା ଭଳି ବିଭିନ୍ନ ବିଷୟ ଉପରେ ତଦାରଖ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+