ସମ୍ବିତଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, କହିଲେ CPR ଦେଲା ଭଳି ଅବସ୍ଥା ନଥିଲା
କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ । ସିପିଆର ନ ଦେବାରୁ ଦାମୋଦର ରାଉତଙ୍କ ବ୍ରେନ୍ ଡେଡ୍ ହୋଇଥିବା ସେ କହିଛନ୍ତି। ।
ତେବେ ସମ୍ବିତଙ୍କ ଅଭିଯୋଗ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, CPR ଦେଲା ଭଳି ଅବସ୍ଥା ନଥିଲା କହିଲେ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ। କାଜୁଆଲିଟିରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା ।

ପ୍ରାଥମିକ ଚିକିତ୍ସା ସାରି ୩୦ ମିନିଟ ଭିତରେ ତାଙ୍କୁ ରେଫର କରାଯାଇଥିଲା । ତାଙ୍କୁ ସିପିଆର୍ ଦେଲା ଭଳି ଅବସ୍ଥା ନଥିଲା, ତେଣୁ ଦିଆଯାଇନଥିଲା । ମୋତେ ସେ ଅଭିଯୋଗ କରିଥିଲେ, ମୁଁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛି ।
ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ବ୍ରେନ ଡେଡ୍ ହୋଇଥିବା ନେଇ ତାଙ୍କ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୁଅ ସମ୍ବିତ ରାଉତରାୟଙ୍କ ସୂଚନା ଅନୁଯାୟୀ, ଗତ ୧୮ ତାରିଖ ବିଳମ୍ବିତ ରାତିରେ ଦାମ ରାଉତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାପରେ ଦାମ ରାଉତଙ୍କୁ CPR ଦିଆଯାଇ ନଥିବା ସମ୍ବିତ ରାଉତରାୟ ଅଭିଯୋଗ କରିଛନ୍ତି। ସିପିଆର ନ ଦେବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ଏହାପରେ ତୁରନ୍ତ ତାଙ୍କୁ ସେଠାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରାଉତଙ୍କର ଚିକିତ୍ସା ଚାଲିଛି। ତେବେ ସମ୍ବିତଙ୍କ ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ସେ ଆହୁରି କହିଛନ୍ତି ଯେ, ରାତି ୩ଟାରେ ବାପାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲୁ । ବାରମ୍ବାର କହିବା ସତ୍ତ୍ୱେ କ୍ୟାପିଟାଲ ହସ୍ପିଟାଲରେ ସିପିଆର୍ ଦେଲେନି । ବାଧ୍ୟହୋଇ ସେଠାରୁ ଆମେ ବାପାଙ୍କୁ ଘରୋଇ ହସ୍ପିଟାଲ ନେଲୁ । ସେହି ଯିବା ଆସିବା ଭିତରେ କିଛି ସମୟ ଡେରି ହୋଇଗଲା । ଫଳରେ ବ୍ରେନକୁ ଅକ୍ସିଜେନ୍ ଓ ବ୍ଲଡ୍ ଠିକ ଭାବେ ଗଲାନି ବୋଲି ଅଭିଯୋଗ କରିଛନ୍ତି ଦାମଙ୍କ ପୁଅ ।
ଏବେ ହାର୍ଟ କାମ କରୁଛି, କିନ୍ତୁ ବ୍ରେନ୍ ବହୁତ ଖରାପ ହୋଇଯାଇଛି ବୋଲି କହିଛନ୍ତି ସମ୍ବିତଙ୍କ ପୁଅ ।












Click it and Unblock the Notifications