କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ: ଆସିଲା ଡିଏନ୍‌ଏ ରିପୋର୍ଟ, ପୁଅ ନୁହେଁ ଝିଅ ହୋଇଥିଲା

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣା । ଡିଏନ୍‌ଏ ରିପୋର୍ଟରୁ ସ୍ପଷ୍ଟ, ପୁଅ ନୁହେଁ ଝିଅ ହିଁ ହୋଇଥିଲା । ଅଭିଯୋଗକାରୀ ଯୁବକଙ୍କ ଝିଅ ହୋଇଥିବା ହୋଇଛି ସ୍ପଷ୍ଟ। ଡିଏନ୍‌ଏ ସାମ୍ପଲ ମ୍ୟାଚ୍‌ କରିଥିବା କହିଲେ ଡିସିପି ପ୍ରତୀକ ସିଂ ।

ତାଙ୍କର ପୁଅ ହୋଇଥିବା ଦାବି କରିଥିଲେ ଅଭିଯୋଗକାରୀ । ମେଡିକାଲରେ ଶିଶୁ ବଦଳ ହୋଇଥିବା ଅଭିଯୋଗ କରିଥିଲେ । ଏନେଇ ଥାନାରେ ଏତଲା ପରେ ଡିଏନ୍‌ଏ ଟେଷ୍ଟ କରାଯାଇଥିଲା ।

ଡିଏନ୍‌ଏ ଟେଷ୍ଟ ପାଇଁ ସାମ୍ପଲ ସଂଗ୍ରହ କରିଥିଲା ଡାକ୍ତରୀ ଟିମ୍‌ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଉପସ୍ଥିତିରେ ସାମ୍ପଲ ସଂଗ୍ରହ ହୋଇଥିଲା ।

baby_swap

ନବଜାତ ଶିଶୁର ମା' ଓ ଶିଶୁ କନ୍ୟାର ଡିଏନଏ ସାମ୍ପଲ ସଂଗ୍ରହ କରାଯାଇଥିଲା । କ୍ୟାପିଟାଲର ହସ୍ପିଟାଲରେ ପହଞ୍ଚି ଏକ ଟିମ୍ ଡିଏନ୍‌ଏ ସାମ୍ପଲ ସଂଗ୍ରହ କରିଥିଲେ । କ୍ୟାପିଟାଲ ଥାନା ଅଧିକାରୀ, ମେଡିକାଲ ସୁପରିଟେଣ୍ଡେଣ୍ଟ, ଶିଶୁର ବାପାଙ୍କ ଉପସ୍ଥିତିରେ ଡିଏନ୍‌ଏ ସାମ୍ପଲ ସଂଗ୍ରହ କରାଯାଇଥିଲା ।

ଡାକ୍ତରୀ ଦଳଙ୍କ ତଦନ୍ତ ରିପୋର୍ଟକୁ ଅଭିଯୋଗକାରୀ ଗ୍ରହଣ ନ କରିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିଲା । ଡିଏନ୍‌ଏ ରିପୋର୍ଟ ଆସିବା ପରେ ଏହି ବିବାଦର ପୂର୍ଣ୍ଣଚ୍ଛେଦ ଘଟିଛି ।

ସୂଚନା ଯୋଗ୍ୟ, ପ୍ରାଣକୃଷ୍ଣଙ୍କ ଝିଅ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିଲା । ଅବହେଳା ପାଇଁ ଆଟେଣ୍ଡାଣ୍ଟକୁ ନିଲମ୍ବିତ କରାଯାଇଥିଲା । ଡିଏନଏ ଟେଷ୍ଟ ପାଇଁ କ୍ୟାପିଟାଲ ଥାନାକୁ ଲିଖିତ ଆକାରରେ ଜଣାଇଥିଲେ କ୍ୟାପିଟାଲ ହସ୍ପିଟାଲ ।

ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଗତକାଲି, ପ୍ରଥମେ କହିଲେ ପୁଅ ଜନ୍ମ ହୋଇଛି ହେଲେ ଝିଅ ଦେଇଥିବା ଅଭିଯୋଗ ଆସିଥିଲା । ଏପରି ଅଭିଯୋଗ ଆଣିଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳ । ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ । ହେଲେ ଶିଶୁ ହସ୍ତାନ୍ତର ବେଳେ ତାଙ୍କୁ କନ୍ୟା ସନ୍ତାନ ଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+