ନବଜାତ ଶିଶୁ ଅଦଳ ବଦଳ ଅଭିଯୋଗ: ଖୁବ ଶୀଘ୍ର ହେବ ଡିଏନଏ ଟେଷ୍ଟ, ଆଟେଣ୍ଡାଣ୍ଟ ନିଲମ୍ବିତ

କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳ ବଦଳ ଅଭିଯୋଗ ଘଟଣାରେ ପ୍ରାଥମିକ ରିପୋର୍ଟ୍ ସାମ୍ନାକୁ ଆସିଛି । ତିନି ଜଣିଆ ଟିମର ତଦନ୍ତ ରିପୋର୍ଟ ଆସିଛି । ଡାକ୍ତର, ନର୍ସ, ଆଟେଣ୍ଡାଣ୍ଟ ଓ ସୁଇପରଙ୍କୁ ପଚାର ଉଚୁରା କରାଯାଇଛି ।

ପ୍ରାଣକୃଷ୍ଣଙ୍କ ଝିଅ ହୋଇଥିବା ତଦନ୍ତରୁ ଜଣା ପଡ଼ିଛି । ଅବହେଳା ପାଇଁ ଆଟେଣ୍ଡାଣ୍ଟକୁ ନିଲମ୍ବିତ କରାଯାଇଛି । ଡିଏନଏ ଟେଷ୍ଟ ପାଇଁ କ୍ୟାପିଟାଲ ଥାନାକୁ ଲିଖିତ ଆକାରରେ ଜଣାଇଛି କ୍ୟାପିଟାଲ ହସ୍ପିଟାଲ ।

ଥାନା ଅଧିକାରୀଙ୍କ ସହିତ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କଥା ହୋଇଛନ୍ତି । ପ୍ରାଣକୃଷ୍ଣ, ତାଙ୍କ ସ୍ତ୍ରୀ ଓ ନବଜାତ ଶିଶୁର ଡିଏନଏ ଟେଷ୍ଟ କରାଇବା ପୋଲିସ । ଏ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଗତକାଲି, ପ୍ରଥମେ କହିଲେ ପୁଅ ଜନ୍ମ ହୋଇଛି ହେଲେ ଝିଅ ଦେଇଥିବା ଅଭିଯୋଗ ଆସିଥିଲା । ଏପରି ଅଭିଯୋଗ ଆଣିଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳ ।

capital_hospital

ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ । ହେଲେ ଶିଶୁ ହସ୍ତାନ୍ତର ବେଳେ ତାଙ୍କୁ କନ୍ୟା ସନ୍ତାନ ଦିଆଯାଇଥିଲା । ଅଭିଯୋଗ ପରେ ଘଟଣାର ତଦନ୍ତ କରାଯିବା ନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ । ଏହା ସହ ଡିଏନଏ ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+