ଭିଜିଲା ରାଜଧାନୀ ଭୁବନେଶ୍ଵର, ଅନ୍ୟପଟେ ୨୪ ଜିଲ୍ଲା ଛୁଇଁଲା ମୌସୁମୀ

ମୌସୁମୀ ଓଡ଼ିଶା ଛୁଇଁ ଥିଲେ ମଧ୍ୟ ବର୍ଷାର ଦେଖା ଦର୍ଶନ ନାହିଁ। ଚାଷୀ ମୁଣ୍ଡରେ ହାତ ଦେଲାଣି କାରଣ ଚାଷ ପାଇଁ ଜମିରେ ତଳି ପକାଇଛନ୍ତି ଚାଷୀ ଯାହା ଏବେ ଗଜା ମରୁଡି ହେବାର ଭୟ ଆରମ୍ଭ ହୋଇଛି । ରାଜ୍ୟରେ କେତେକ ସ୍ଥାନରେ ଝିପିଝିପି ବର୍ଷା ହେଉଥିବା ବେଳେ ଆଉ କେତେକ ସ୍ଥାନରେ ଜମା ନାହିଁ । ଆଜି କିନ୍ତୁ ରାଜଧାନୀ ଭୁବନେଶ୍ଵରରେ ପ୍ରବଳ ବର୍ଷା ହୋଇଛି ।

ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି । ଏହାର ପ୍ରଭାବରୁ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ରାଜ୍ୟର ୨୪ଟି ଜିଲ୍ଲାକୁ ମୌସୁମୀ ବାୟୁ ଛୁଇଁଥିବା ଜଣାପଡ଼ିଛି । ଅନ୍ୟ ୬ଟି ଜିଲ୍ଲା- ମୟୁରଭଞ୍ଜ, ବାଲେଶ଼୍ବର, ସୁନ୍ଦରଗଡ଼, କେନ୍ଦୁଝର ଏବଂ ଝାରସୁଗୁଡ଼ାରେ ଏପର୍ଯ୍ୟନ୍ତ ମୌସୁମୀ ବାୟୁ ପହଞ୍ଚି ପାରିନାହିଁ । ଏହି ଜିଲାମାନଙ୍କରେ ପାଗ ଅନୁକୂଳ ରହିଥିବାରୁ ଖୁବ୍‌ଶୀଘ୍ର ମୌସୁମୀ ପହଞ୍ଚିବା ନେଇ ଆଶା କରାଯାଉଛି ।

ଅନ୍ୟପଟେ ଦେଶରେ ଦ୍ରୁତଗତିରେ ଅଗ୍ରସର ହେଉଛି ମୌସୁମୀ । ଯାହା ଫଳରେ ବିଭିନ୍ନ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଜଣାପଡ଼ିଛି । ଉତ୍ତର ପ୍ରଦେଶ, କେରଳ, ତଟବର୍ତ୍ତୀ କର୍ଣ୍ଣାଟକ, ଗୋଆରେ ଆଗମୀ ୫ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଖାପାଖି ୨୦ ରାଜ୍ୟରେ ମୌସୁମୀ ପ୍ରଭାବରୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ମୁଶଳଧାରାରେ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି ।

ପୂର୍ବ ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନର ପଶ୍ଚିମାଞ୍ଚଳ, ଉତ୍ତର ପ୍ରଦେଶର ଦକ୍ଷିଣାଞ୍ଚଳ, ମଧ୍ୟ ପ୍ରଦେଶର ଉତ୍ତର, ହରିୟାଣା, ଦିଲ୍ଲୀ, ରାଜସ୍ଥାନର ପୂର୍ବାଞ୍ଚଳରେ ଗରମ ଅନୁଭୂତ ହୋଇଛି । ୪୦-୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଛତିଶଗଡ଼, ଓଡ଼ିଶା, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡର କିଛି ଅଞ୍ଚଳରେ ପହଞ୍ଚିଛି । ଆଗାମୀ ୩ରୁ ୪ଦିନ ମଧ୍ୟରେ ଏହା ଗୁଜୁରାଟ, ମହାରାଷ୍ଟ୍ରର ବର୍ଷା ହୋଇନଥିବା ଅଞ୍ଚଳ ଆଦିରେ ପ୍ରବଳ ବର୍ଷା ହେବ । ଏହାଛଡ଼ା ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରାରେ ଆଗାମୀ ୫ ଦିନ ମଧ୍ୟରେ ବର୍ଷା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+