ନିଶାମୁକ୍ତ ହେବ ରାଜଧାନୀ ଭୁବନେଶ୍ଵର;୧ରୁ ‘ଅପରେସନ୍ ପ୍ରହାର’ ପ୍ରତି ଜିଲ୍ଲାରେ ମଡେଲ୍ ନିଶା ନିବାରଣ କେନ୍ଦ୍ର

ନିଶାମୁକ୍ତ ହେବ ରାଜଧାନୀ ଭୁବନେଶ୍ଵର । ଭୁବନେଶ୍ୱର ସହରରେ ଡ୍ରଗ୍ସ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ, ଚୋରାଚାଲାଣ ଓ ବିକ୍ରି‌ ବଢିଚାଲିଛି । ଏହା ଉପରେ ଅଙ୍କୁଶ ଲଗାଇବା ନେଇ ଗତକାଲି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ କ୍ରାଇମବ୍ରାଞ୍ଚ ସିଆଇଡି ତଥା ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ରାଜ୍ୟ ପୁଲିସ ବିଭାଗ, ଅବକାରୀ ବିଭାଗ, ବିଏମସି ଏବଂ ଏନସିବି ଅଧିକାରୀ ଉପସ୍ଥିତ ଥିଲେ ।

Capital Bhubaneswar to be drug-free

ରାଜଧାନୀକୁ କିପରି ନିଶାମୁକ୍ତ କରାଯିବ, ସେନେଇ ସ୍ବତନ୍ତ୍ର ଧରପଗଡ଼ ଅଭିଯାନ କରିବାକୁ ନିଷ୍ପତ୍ତି ହୋଇଛି । ବୈଠକରେ ଉପସ୍ଥିତ ଥିବା ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ନିଶା ନିବାରଣ ସହିତ ଚୋରା ନିଶାଦ୍ରବ୍ୟ ବେପାରୀମାନଙ୍କୁ ଧରିବାରେ ସ୍ୱତନ୍ତ୍ର ରଣକୌଶଳ ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ଓ ତାର ଆଖପାଖ ଅଞ୍ଚଳରେ ନିଶାମୁକ୍ତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି ।

ବେଆଇନ୍ ମାଦକ ଦ୍ରବ୍ୟ ବିକ୍ରି, ଚୋରାଚାଲାଣରେ ଅଙ୍କୁଶ ଲଗାଇବା ପାଇଁ ଆସନ୍ତା ୧ ତାରିଖରୁ ସମ୍ପୃକ୍ତ ବିଭାଗମାନଙ୍କର ମିଳିତ ସମନ୍ୱୟରେ ଭୁବନେଶ୍ୱର ସହର ସମେତ ରାଜ୍ୟର ସବୁ ଜିଲ୍ଲାରେ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ କରାଯିବ। ବିଭିନ୍ନ ନିଶା ଦ୍ରବ୍ୟ ଚୋରାଚାଲାଣକାରୀଙ୍କୁ ଧରିବା ଏବଂ ଏ ସବୁର ପ୍ରଚ୍ଛଦପଟରେ ଥିବା ମୁଖ୍ୟଙ୍କୁ ମଧ୍ୟ ବାନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ପେସାଲ୍‌ ଟାସ୍କଫୋର୍ସରେ ଅବକାରୀ, ଏନ୍‌ସିବି, ବିଏମ୍‌ସି ମିଳିତ ଭାବେ ଭୁବନେଶ୍ୱରକୁ ଏକ ନିଶାମୁକ୍ତ ସହର କରିବାକୁ କାର୍ଯ୍ୟ କରିବେ। ସ୍ପେସାଲ୍‌ ଟାସ୍କଫୋର୍ସ (ଏସ୍‌ଟିଏଫ୍) ଦ୍ୱାରା 'ଅପରେସନ୍ ପ୍ରହାର୍' ଆରମ୍ଭ କରାଯିବ ବୋଲି ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ଅପରାଧ କାର୍ଯ୍ୟକଳାପକୁ ବୃଦ୍ଧି କରୁଥିବା ନିଶା କାରବାରକୁ ରୋକିବା ପାଇଁ ଥିବା ପ୍ରତିରୋଧ ଅଧିନିୟମ ପିଆଇଟି-ଏନଡିପିଏସ୍ ଧାରା ଏବଂ ସିଆରପିସି ୧୧୦ (ବିଏନ୍‌ଏସ୍‌ଏସ୍‌-୧୨୯) ଧାରା ଲାଗୁ କରାଯିବ। ନିଶା ନିବାରଣ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଅନ୍ତତଃ ଗୋଟିଏ ଲେଖାଏଁ ମଡେଲ୍ ନିଶା ନିବାରଣ କେନ୍ଦ୍ର ରାଜ୍ୟ ସରକାର ସ୍ଥାପନ କରିବେ। ଶିକ୍ଷା ନଗରୀ ଭୁବନେଶ୍ୱରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରରେ ଚଢ଼ଉ ବ୍ୟାପକ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ନିଶା ନିବାରଣ କରିବା ଏବଂ ନିଶାବେପାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ରଣକୌଶଳ ଅବଲମ୍ବନ ତଥା ଟେକ୍ନୋଲେଜି ବ୍ୟବହାର କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ବିଭିନ୍ନ ପଥ ଦେଇ ରାଜ୍ୟକୁ ଆସୁଥିବା ମାଦକଦ୍ରବ୍ୟ ଚୋରାଚାଲାଣକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ବିସ୍ତୃତ ଆଲୋଚନା କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+