ବର୍ଷାରେ ଭିଜିଲା ରାଜଧାନୀ ଭୁବନେଶ୍ଵର, ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି

ଆଜି ବି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ମୌସୁମୀ ଓଡ଼ିଶା ଛୁଇଁଥିଲେ ମଧ୍ୟ ବର୍ଷାର ଦେଖା ଦର୍ଶନ ନାହିଁ । ଏହାରି ଭିତରେ ବର୍ଷାରେ ଭିଜିଲା ରାଜଧାନୀ ଭୁବନେଶ୍ୱର। ଆଉ ରାଜଧାନୀବାସୀଙ୍କୁ ମିଳିଛି ଅସମ୍ଭାଳ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି। ପବନ ବର୍ଷା ଯୋଗୁ ରାଜଧାନୀର କେତେକ ସ୍ଥାନରେ ରାସ୍ତାରେ ଗଛ ଉପୁଡ଼ି ପଡ଼ିଛି। ଘନଘନ ବିଜୁଳି ମାରୁଥିବାରୁ ଲୋକମାନେ ରାସ୍ତାରେ ଯିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି।

ଆଜି ସକାଳେ ରାଜଧାନୀ ଭୁବନେଶ୍ୱରରେ ଅସମ୍ଭାଳ ଗୁଳୁଗୁଳି ହୋଇଥିଲା। ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ନା ଘରେ ବସି ହେଉଥିଲା ନା ଘର ବାହାରେ ବସି ହେଉଥିଲା। ଗମ୍‌ଗମ୍‌ ହୋଇ ଝାଳ ବୋହୁଥିଲା। ତେବେ ଅପରାହ୍ନରେ ହଠାତ୍‌ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା'ପରେ ଧୂଳି ଝଡ଼ ହେବା ସହିତ ଘଡ଼ଘଡ଼ି ମାରିଥିଲା। ପବନ ସହିତ ବର୍ଷା ଆରମ୍ଭ ହୋଇଥିଲା। ଧୀରେ ଧୀରେ ବର୍ଷାର ପରିମାଣ ବଢ଼ିଥିଲା।

ରାଜଧାନୀର ଆଚାର୍ଯ୍ୟ ବିହାର, ନାଲକୋ, ପଟିଆ, ଚନ୍ଦ୍ରଶେଖରପୁର, କଳାରାହାଙ୍ଗ, ଲକ୍ଷ୍ମୀସାଗ, ମଞ୍ଚେଶ୍ୱର ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁ ଅସମ୍ଭାଳ ଗରମରୁ ରାଜଧାନୀବାସୀଙ୍କୁ ଆଶ୍ୱସ୍ତି ମିଳିଛି। ସେପଟେ କିନ୍ତୁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଲୋକମାନେ ଦୋକାନ ବାରଣ୍ଡାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆସନ୍ତାକାଲି ବୁଧବାର ଦେବଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ,ଢେଙ୍କାନାଳ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କେତେକ ସ୍ଥାନରେ ବେର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହାଛଡ଼ା ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+