ହୋମଗାର୍ଡ ଇଣ୍ଟରଭ୍ୟୁରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ, ପରିବାରକୁ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା
Odisha News: ହୋମଗାର୍ଡ ଇଣ୍ଟରଭ୍ୟୁ ବେଳେ ଟଳିପଡିଲେ ପରୀକ୍ଷାର୍ଥୀ । ଦେବଗଡ଼ ରିଜର୍ଜ ପୋଲିସ ପଡିଆରେ ହୋମଗାର୍ଡ ଇଣ୍ଟରଭ୍ୟୁରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ରିଆମାଳ ଥାନା ବୁଡିଦୋ ଗାଁର ସାହେବ ଦେହୁରୀ ।
ସୂଚନା ଅନୁସାରେ, ହୋମଗାର୍ଡ ଇଣ୍ଟରଭ୍ୟୁ ଦେବା ସମୟରେ ସେ ଦୌଡ଼ ପରୀକ୍ଷା ଦେବା ପରେ ଅସୁସ୍ଥ ହୋଇପଡିଥିଲେ । ଯାହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପରିବାର ଲୋକେ ଚିକିତ୍ସା ଅଭାବରୁ ମାହେବର ମୃତ୍ୟୁ ହୋଇଛି ବୋଲି ଦାବି କରିଥିଲେ । ଯାହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲେ ପରିକ୍ଷାର୍ଥୀଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ସାହେବଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
ସୂଚନାଅନୁସାରେ, ଗତକାଲି ରିଜର୍ଭ ପୋଲିସ ପଡିଆରେ ଦୌଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ସାହେବ ହେଲେ କିଛି ସମୟ ପରେ ସେ ଅସୁସ୍ଥ ହୋଇ ପଡିଥିଲେ। ଯାହା ପରେ ତାଙ୍କୁ ଆମ୍ବିଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଯେଉଁଠି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।












Click it and Unblock the Notifications