ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍; ବିଧାନସଭାରେ ଆଇନମନ୍ତ୍ରୀଙ୍କ ଉତ୍ତର

ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍ । ବିଧାନସଭାରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉତ୍ତର। ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ବଢୁଛି। ଫସଲରେ ଅଧିକ କୀଟନାଶକ ବ୍ୟବହାର କରାଯାଉଛି ।

ଜମିର ଗୁଣବତ୍ତା ନଷ୍ଟ ହେଉଛି ଓ କ୍ୟାନସର୍ ଭଳି ରୋଗ ବ୍ୟାପୁଛି । ଏଥିପାଇଁ ବଳଭଦ୍ର ଜୈବିକ ମିଶନକୁ ଗୁରୁତ୍ବ ଦିଆଯାଉଛି । ଜୈବିକ ଚାଷ କ୍ଷେତ୍ରଫଳ ବୃଦ୍ଧି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ।

Law Minister s reply in the Assembly

ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର
ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତର। ଗତ ବର୍ଷ ଅପେକ୍ଷା ୨୬ ଲକ୍ଷ ମେଟ୍ରିକ୍ ଧାନ ଅଧିକା କିଣାହୋଇଛି ।

ପ୍ରତ୍ୟେକ ବର୍ଷ ୧୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ FCI ନିଏ । ଏଥର ଅଧିକ ୨୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ନେବାକୁ ରାଜି ହୋଇଛନ୍ତି ।
ଚଳିତ ବର୍ଷ ମୋଟ ୪୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ନେବ FCI ।

ତାପରେ ବି ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ରହୁଛି ।'୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ରଖିବାକୁ ଗୋଦାମ କରୁଛୁ ।'ବଳକା ଚାଉଳକୁ ମଧ୍ୟ ଫ୍ରି ସେଲ୍ କରିବାକୁ ବ୍ୟବସ୍ଥା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+