For Quick Alerts
Turn On Notification  
For Daily Alerts
Oneindia App Download

ବ୍ରଜରାଜନଗର ମୈଦାନରେ ଜମୁଛି ପ୍ରଚାର, ଲାଗିଛି ଛାମୁଆ ନେତାଙ୍କ ଭିଡ଼

ମୈଦାନରେ ଜମୁଛି ପ୍ରଚାର । ଲାଗିଛି ଛାମୁଆ ନେତାଙ୍କ ଭିଡ଼ । ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ସେତେ ଉଠୁଛି ପଡୁଛି ବ୍ରଜରାଜନଗର ପ୍ରଚାର ମୈଦାନ ।

|

ବ୍ରଜରାଜନଗର: ମୈଦାନରେ ଜମୁଛି ପ୍ରଚାର । ଲାଗିଛି ଛାମୁଆ ନେତାଙ୍କ ଭିଡ଼ । ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ସେତେ ଉଠୁଛି ପଡୁଛି ବ୍ରଜରାଜନଗର ପ୍ରଚାର ମୈଦାନ । ନେତାଙ୍କ ଗହଳି ସାଙ୍ଗକୁ ମାଳ ମାଳ ପ୍ରତିଶ୍ରୁତିରେ କମ୍ପୁଛି ମଇଦାନ । ଘରକୁ ଘର ଯାଇ ପ୍ରମୁଖ ୩ ଦଳର ପ୍ରାର୍ଥୀମାନେ ଭୋଟ ଭିକ୍ଷା କରୁଛନ୍ତି ।

Brajrajnagar By Election

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ବ୍ରଜରାଜନଗରରେ ବିଜେଡି ପାଇଁ କରିଛନ୍ତି ନିର୍ବାଚନ ପ୍ରଚାର । ଜିଲ୍ଲା ପ୍ରଭାରୀ ସୁବାସ ସିଂଙ୍କ ସହ କର୍ମୀ ସମ୍ମିଳନୀ କରି ବିଜେଡି ପାଇଁ ମାଗିଛନ୍ତି ଭୋଟ । ଉପ-ନିର୍ବାଚନ ପାଇଁ ବିଜୁ ମହିଳା ଜନତା ଦଳର ସଂଯୋଜିକା ଦାୟିତ୍ୱ ନେବା ପରେ ଦଳୀୟ ପ୍ରାର୍ଥୀ ଅଳକା ଦାସଙ୍କ ସପକ୍ଷରେ କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର ।

ଏପଟେ ବିଜେପି ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ସାଂସଦ ସୁରେଶ ପୂଜାରୀଙ୍କ ସହ ପଥପ୍ରାନ୍ତ ସଭା କରି ପ୍ରାର୍ଥୀନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ମାଗିଛନ୍ତି ଭୋଟ । ମୋଦି ସରକାରର ବିଭିନ୍ନ ଯୋଜନା ସହ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିୂ ଭୋଟରଙ୍କ ପାଖରେ ପହଞ୍ଚିଛନ୍ତି ।

ପ୍ରଚାର ପାଇଁ କଂଗ୍ରେସର ହେଭିୱେଟ ନେତା ମଧ୍ୟ ବ୍ରଜରାଜନଗରରେ ପହଞ୍ଚିବା ଆରମ୍ଭ କରିଛନ୍ତି । ପୂର୍ବତନ ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକଙ୍କ ସହ ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଦଳର ବିଜୟ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Campaing Goes on for Brajrajnagar By Election
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X