ବ୍ରଜରାଜନଗର ମୈଦାନରେ ଜମୁଛି ପ୍ରଚାର, ଲାଗିଛି ଛାମୁଆ ନେତାଙ୍କ ଭିଡ଼
ମୈଦାନରେ ଜମୁଛି ପ୍ରଚାର । ଲାଗିଛି ଛାମୁଆ ନେତାଙ୍କ ଭିଡ଼ । ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ସେତେ ଉଠୁଛି ପଡୁଛି ବ୍ରଜରାଜନଗର ପ୍ରଚାର ମୈଦାନ ।
ବ୍ରଜରାଜନଗର: ମୈଦାନରେ ଜମୁଛି ପ୍ରଚାର । ଲାଗିଛି ଛାମୁଆ ନେତାଙ୍କ ଭିଡ଼ । ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ସେତେ ଉଠୁଛି ପଡୁଛି ବ୍ରଜରାଜନଗର ପ୍ରଚାର ମୈଦାନ । ନେତାଙ୍କ ଗହଳି ସାଙ୍ଗକୁ ମାଳ ମାଳ ପ୍ରତିଶ୍ରୁତିରେ କମ୍ପୁଛି ମଇଦାନ । ଘରକୁ ଘର ଯାଇ ପ୍ରମୁଖ ୩ ଦଳର ପ୍ରାର୍ଥୀମାନେ ଭୋଟ ଭିକ୍ଷା କରୁଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ବ୍ରଜରାଜନଗରରେ ବିଜେଡି ପାଇଁ କରିଛନ୍ତି ନିର୍ବାଚନ ପ୍ରଚାର । ଜିଲ୍ଲା ପ୍ରଭାରୀ ସୁବାସ ସିଂଙ୍କ ସହ କର୍ମୀ ସମ୍ମିଳନୀ କରି ବିଜେଡି ପାଇଁ ମାଗିଛନ୍ତି ଭୋଟ । ଉପ-ନିର୍ବାଚନ ପାଇଁ ବିଜୁ ମହିଳା ଜନତା ଦଳର ସଂଯୋଜିକା ଦାୟିତ୍ୱ ନେବା ପରେ ଦଳୀୟ ପ୍ରାର୍ଥୀ ଅଳକା ଦାସଙ୍କ ସପକ୍ଷରେ କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର ।
ଏପଟେ ବିଜେପି ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ସାଂସଦ ସୁରେଶ ପୂଜାରୀଙ୍କ ସହ ପଥପ୍ରାନ୍ତ ସଭା କରି ପ୍ରାର୍ଥୀନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ମାଗିଛନ୍ତି ଭୋଟ । ମୋଦି ସରକାରର ବିଭିନ୍ନ ଯୋଜନା ସହ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିୂ ଭୋଟରଙ୍କ ପାଖରେ ପହଞ୍ଚିଛନ୍ତି ।
ପ୍ରଚାର ପାଇଁ କଂଗ୍ରେସର ହେଭିୱେଟ ନେତା ମଧ୍ୟ ବ୍ରଜରାଜନଗରରେ ପହଞ୍ଚିବା ଆରମ୍ଭ କରିଛନ୍ତି । ପୂର୍ବତନ ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକଙ୍କ ସହ ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଦଳର ବିଜୟ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications