କମ୍ପିବ ପ୍ରଚାର, ଓଡ଼ିଶାରେ ପହଞ୍ଚିଲେ ମୋଦି

ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ସରୁଛି ପ୍ରଚାର । ତା ପୂର୍ବରୁ ପ୍ରଚାର ଯୁଦ୍ଧକୁ ଚୂଡ଼ାନ୍ତ ରୂପ ଦେବାକୁ ପ୍ରସ୍ତୁତ ସବୁ ଦଳ।ବାରିପଦାଠାରେ ମୋଦି ପହଞ୍ଚି ସାରିଛନ୍ତି । ମୟୁରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

narendra modi

ଦିନ ସାଢ଼େ ଗୋଟେରେ ବାରିପଦା ସ୍ଥିତ ଛଉ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବ ମୋଦି । ପରେ ଅପରାହ୍ନ ୨ଟାରେ ବାଲେଶ୍ବର ରେମୁଣା ସ୍ଥିତ ନରହରି ପଡ଼ିଆରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଶେଷରେ ପ୍ରଚାର ପାଇଁ କେନ୍ଦ୍ରାପଡ଼ା ଗସ୍ତ କରିବେ। ଅପରାହ୍ନ ୪ଟାରେ ବରୁଆ ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ।

ଓଡ଼ିଶାକୁ ଶେଷ ଦଫା ଭୋଟ୍ ଭିକ୍ଷା କରିବାକୁ ଆସିବା ପୂର୍ବରୁ ଗତକାଲି ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଏଥର ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଦମ୍ଭୋକ୍ତି ଦେଖାଇଥିଲେ। ସେହିପରି ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଶାରେ ପ୍ରଚାର ବେଳେ ଜୁନ୍ ୪ ବିଜେଡିର ଏକ୍ସପାଏରୀ ଡେଟ୍ ଓ ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+