ପୁଣି କମ୍ପିବ ପ୍ରଚାର, ୨୯ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଚାର ପାଇଁ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପୁଣିଥରେ କର୍ମୀଙ୍କ ମନରେ ଜୋଶ ଭରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଆସନ୍ତା ୨୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସିବେ ।

ପ୍ରଥମେ ବାଲେଶ୍ୱର ଓ ପରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ସମାବେଶ କରିବେ । ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ବାରମ୍ବାର ଓଡ଼ିଶା ଗସ୍ତରେ ଆସିବା ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଆସୁଛନ୍ତି । ଏପରିକି ଓଡ଼ିଶାବାସୀ ଏଥର ପରିବର୍ତ୍ତନ ଚାହୁଁଥିବା ନେଇ ପ୍ରତି ସଭାରେ କହୁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ୨୯ ତାରିଖରେ ଆସିବାକୁ ଥିବା ବେଳେ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହା । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଦିନ ଶାହା ଓଡ଼ିଶା ଗସ୍ତରେ ଆସି ବାରିପଦା, ଚାନ୍ଦବାଲି, କୋରେଇ, ନିମାପଡାରେ ସମାବେଶ କରିବେ । ଅମିତ ଶାହା ମଧ୍ୟ ଚଳିତ ନିର୍ବାଚନରେ ଘନ ଘନ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରୁଛନ୍ତି । ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରକୁ ଘେରିବା ସହ ଓଡ଼ିଶାବାସୀ ବିଜେପି ସରକାରକୁ ସୁଯୋଗ ଦିଅନ୍ତୁ ବୋଲି ଅପିଲ କରୁଛନ୍ତି । ବିଜେପି ସରକାର ହେଲେ ଓଡ଼ିଶାରେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଭିନ୍ନ ସଭାରେ କହୁଛନ୍ତି ଶାହା ।
-
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ରାଜଧାନୀରେ ଗ୍ୟାସ୍ ଟେନସନ, LPG ସିଲିଣ୍ଡର ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ୍ -
ତହସିଲ୍ଦାରଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ ; ନଗଦ ୨ ଲକ୍ଷ ଟଙ୍କା ସହ, ୨ଟି ବହୁତଳ କୋଠା ଠାବ -
ଖୁସିଖବର: ୩୦ଟି ଜିଲାରେ ହେବ MSME ଇ-ପାର୍କ -
ପୁରୀ ମହାନଗର ନିଗମ ଗଠନ ନେଇ ପ୍ରକାଶ ପାଇଲା ଚୂଡ଼ାନ୍ତ ବିଜ୍ଞପ୍ତି -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
୭ ଲକ୍ଷ ରାସନକାର୍ଡ ହିତାଧିକାରୀ ନାଁରେ ଲୁଟ -
ଆଜି ବଜେଟ୍ ଅଧିବେଶନର ୩ୟ ଦିନ, ରହିଛି ଏକାଧିକ ବିଭାଗର ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ -
ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ -
ଦାଦନ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ -
ନୀତି ବିଭ୍ରାଟ, ବୁଧବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ -
ରାଜ୍ୟରେ ସଫଳ ହେଉଛି ମାଓବାଦୀ ଅପରେସନ, ଆତ୍ମସମର୍ପଣ କଲେ ୧୦ ମାଓବାଦୀ












Click it and Unblock the Notifications