ଖାଇବା ତେଲର ଅପମିଶ୍ରଣ ସଂପର୍କିତ ଅଭିଯାନ ଆରମ୍ଭ, ଅପମିଶ୍ରଣକାରୀ ହେବେ ଦଣ୍ଡିତ
ଖାଇବା ତେଲର ଅପମିଶ୍ରଣ ସଂପର୍କିତ ସତର୍କତା ଅଭିଯାନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଭୁବନେଶ୍ୱର: ଖାଇବା ତେଲର ଅପମିଶ୍ରଣ ସଂପର୍କିତ ସତର୍କତା ଅଭିଯାନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଲେ ଯେ ଖାଦ୍ୟ ସୁରକ୍ଷା ପ୍ରାଧିକରଣ ଦ୍ଵାରା ଦେଶରେ ନିରାପଦ ତଥା ଉତ୍ତମ ଖାଦ୍ୟ ସୁନିଶ୍ଚିତ କରିବାର ନିୟମ ରହିଛି । ଖାଇବା ତେଲରେ ଅପମିଶ୍ରଣ ଓ ଅନଧକୃତ ମିଶ୍ରିତ ତୈଳକୁ ନେଇ ବିଭିନ୍ନ ସମୟରେ ଅଭିଯୋଗମାନ ଅସିଛି । ରାଜ୍ୟ ଖାଦ୍ୟ ସୁରକ୍ଷା ପ୍ରାଧିକରଣ ଓ ଖାଦ୍ୟ ନିରାପତ୍ତା ଆୟୁକ୍ତ ଅଗଷ୍ଟ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୁଇ ସପ୍ତାହ ପାଇଁ ରାଜ୍ୟବ୍ୟାପି ଅପମିଶ୍ରିତ ଖାଇବା ତେଲ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଛନ୍ତି।

ଓଡ଼ିଶାରେ ଏହି ଅଭିଯାନ ସମସ୍ତ ଜିଲ୍ଲା , ମୁନିସିପାଲିଟି ଓ ବୃକ୍ରରେ ଖାଇବା ତେଲଗ ନିରୀକ୍ଷଣ କରିବ । ଅପମିଶ୍ରିତ ଖାଇବା ତେଲ ଉପରେ ଏହି ଅଭିଯାନ ଅଧୀନରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଦ୍ଵାରା ତେଲର ନମୂନା ପରୀକ୍ଷଣ ପାଇଁ ପଠାଯିବ । ନମୂନାଗୁଡ଼ିକ ଖୁଚୁରା ବଜାରରୁ ଉଭୟ ଖୋଲା ଏବଂ ପ୍ୟାକେଜ୍ ତେଲ ରୂପରେ ସଂଗ୍ରହ କରାଯିବ ।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟରୁ ସର୍ବମୋଟ ୧୨୬ଟି ଖାଇବା ତେଲ ନମୁନା ଛାଞ୍ଚ ପାଇଁ ପରୀକ୍ଷା ପାଇଁ ପଠାଯିବ । ନମୂନାରେ ଅପମିଶ୍ରଣ ଅନୁପାତ୍ର ଚିହ୍ନଟ ହେଲେ ଖାଦ୍ୟ ବିଭାଗର ନିୟମ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ । ଏହି ଅବସରରେ ରାଜ୍ୟ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ ଡା . ପି.କେ. ମହାପାତ୍ର , ରାଜ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସମହ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications